ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର : ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲା କିର୍ବା ଛକରେ ଥିବା ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଭିମସାରର ୫୦ ଛାତ୍ରଛାତ୍ରୀ ଖାଦ୍ୟ ଖାଇ ଫେରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ପରେ ଅନେକ ଛାତ୍ର ବାନ୍ତି ମଧ୍ୟ କରିଥିଲେ । ତେବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁର୍ଲା ଭିମସାରର ମେଡିସିନ ବିଭାଗରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.