କରେନାରେ ଆକ୍ରା‌ନ୍ତ ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ : ମହାମାରୀ କରୋନା ପୁଣି ବଢି ବଢି ଚାଲିଥିବା ବେଳେ ବ‌ର୍ତ୍ତମାନ ତାର ଦ୍ୱିତୀୟ ଲହରୀ । ତେବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରେନାରେ ଆକ୍ରା‌ନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇ ଲେଖିଛନ୍ତି ଯେ – ଆଜି ମୁଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । କରୋନାକୁ ହରାଇବା ଲାଗି ମୁଁ ଆବଶ୍ୟକୀୟ ସୁରକ୍ଷା ପନ୍ଥା ଆପଣାଇଛି । ମୁଁ ଏବେ ଘରେ କ୍ୱାରେଣ୍ଟାଇନରେ ଅଛି । ଡାକ୍ତର ଦେଇଥିବା ପରାମର୍ଶ କ୍ରମେ ଔଷଧ ସେବନ କରୁଛି । ପରିବାରର ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । କୋଭିଡ୍ ନିୟମ ମାନି ଚଳିବାକୁ ସେ ସମସ୍ତ‌ଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.