ଟ୍ରକ ଧକ୍କାରେ ସ୍କୁଟି ଚାଳକ ମହନ୍ତ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଛତ୍ରପୁର ନିକଟ ୧୬ ନଂ ଜାତୀୟ ରାଜପଥ କଲେଜ ଛକ ଠାରେ ଏକ ଆଇରନ ଓର ବୋଝେଇ ଟ୍ରକ ଧକ୍କାରେ ଗଞ୍ଜାମ ସହର ସ୍ଥିତ ଧର୍ମଶାଳା ଜଗନ୍ନାଥ ମନ୍ଦିରର ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶ ଗୁରୁତର ହୋଇଛନ୍ତି । ଘଟଣାରୁ ଜଣାପଡିଛି ଯେ ମହନ୍ତ ରାମ ନାରାୟଣ ଦାଶ ଓଡି ୦୭ ଏଡି ୮୭୧୧ ନଂ ବାଇକ ଯୋଗେ କୌଣସି କାମରେ ଛତ୍ରପୁର ଆସୁଥିବା ବେଳେ କଲେଜ ଛକ ନିକଟରେ ପଛରୁ ଆସୁଥିବା ଓଡି୦୭ ୪୧୧୪ ନଂ ଆଇରନ ଓର ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସେଠାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ଼ମେଡିକାଲକୁ ପଠାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ସ୍କୁଟି ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.