କେଳୁଚରଣ ପରିଡାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗତକାଲି ରାତି ୩ ଘଟିକା ସମୟରେ ହୁମର ଗ୍ରାମର କେଳୁଚରଣ ପରିଡାଙ୍କର ତାଙ୍କ ଡେଲାଙ୍ଗ ବଜାର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସେ ୨୨-୪-୧୯୫୯ରେ ହୁମର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ବାନାମ୍ବର ମ.ଇ.ସ୍କୁଲ ପ୍ରହରାଜପୁରରୁ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ଶରଣକୁଳ ଉଚ୍ଚ ବିଦ୍ୟାଳୟ, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, କଣାସ ଉଚ୍ଚ ବିଦ୍ୟାଳୟ ଏବଂ ଶେଷରେ ଡ଼ିଇଓରେ ଦୀର୍ଘ ଦିନ ଟ୍ରେଜେରୀ ସରକାର ଭାବରେ ସଫଳତାର ସହିତ କାର୍ୟ୍ୟ କରି ତା୩୦.୪.୨୦୧୯ରେ ଅବସରଗ୍ରହଣ କରିଥିଲେ । ସେ ଜଣେ ଅମାୟିକ ପରୋପକାରୀ ଏବଂ ମେଳାପି ବ୍ୟକ୍ତି ଥିଲେ । ତାଙ୍କ ନିଧନରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ଧର୍ମପତ୍‌ନୀ, ୩ ପୁତ୍ର, ୩ ପୁତ୍ରବଧୂ, ନାତିନାତୁଣୀ, ଆତ୍ମୀୟ ‌ସ୍ୱଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.