ଭୁବନେଶ୍ୱର “ନିଫା”ର ରକ୍ତଦାନ ଶିବିର

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : ଗତକାଲି କ୍ରାନ୍ତିବୀର ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ୯୦ ତମ ସହୀଦ ଦିବସ ଉପଲକ୍ଷେ ଆନ୍ତର୍ଜାତୀୟ ସେବା ସଂସ୍ଥା “ନିଫା”ତରଫରୁ ଗୋଟିଏ ଦିନରେ ସାରା ଦେଶ ବ୍ୟାପୀ ସମସ୍ତ ରାଜ୍ୟର ତଥା ଓଡ଼ିଶାର ପ୍ରତିଟି ଜିଲ୍ଲାରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । “ନିଫା”ଭୁବେନେଶ୍ଵର ଶାଖାର ଜିଲ୍ଲା ସଭାପତି ତଥା କୋଠଘରର ପ୍ରତିଷ୍ଠାତା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉପସଭାପତି ମାନସ ରଂଜନ ସାହୁ, ସମ୍ପାଦକ ଅରୁଣ କୁମାର ମହାନ୍ତିଙ୍କର ପରିଚାଳନାରେ ଅନେକ ସହଯୋଗୀ ସଂଗଠନ ଯଥା କୋଠଘର, ଜ୍ଞାନ ପ୍ରକାଶ, ଆମ ଅଧିକାର, ନୋଡସ୍ ବ୍ଲଗର ମିଳିତ ଆନୁକୁଲ୍ୟରେ ଫରେଷ୍ଟ ପାର୍କ ସ୍ଥିତ ୟୁଥ୍ କ୍ଳବ ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ କଟକ ସେଣ୍ଟ୍ରାଲ ବ୍ଲଡ୍ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀ ମାନ‌ଙ୍କର ତତ୍ତ୍ଵାବଧାନରେ ଶହେ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବରେ “ଆମ ଅଧିକାର”ର ଆବାହକ ତଥା ସାହିତ୍ୟିକ ଅମିୟ ପାଣ୍ଡବ ଏବଂ ଭୁବନେଶ୍ଵର ରେଡକ୍ରସର କୋଅଡିନେଟର ଡଃ ସୁଶିଲ କୁମାର ପଟ୍ଟନାୟକ ଯୋଗଦାନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନିଫାର ସଦସ୍ୟା ହୀମାଦ୍ରି ତନୟା ମିଶ୍ର, ଡଃ ମମତା ମହାନ୍ତି, ନୋଡସ୍ ବ୍ଲଗର ସମ୍ପାଦିକା ପୋତଶ୍ରୀୟା ବଢେଇ ଏବଂ ଅନ୍ୟ ସଦସ୍ୟ ମାନଙ୍କ ସହଯୋଗରେ ଆଗ୍ରହୀ ରକ୍ତଦାତା ମାନେ ରକ୍ତଦାନ କରିଥିଲେ ।

jittmm
Leave A Reply

Your email address will not be published.