ବିଶ୍ବ କବିତା ଦିବସରେ ପଶ୍ଚିମ ଓଡିଶାର ପ୍ରମୁଖ ବ୍ୟକ୍ତି ସମ୍ମାନିତ

ବୌଦ୍ଧ, (ବଂଶୀଧର ମାଝୀ) : ବିଶ୍ୱ କବିତା ଦିବସ ଅବସରରେ କଟକ ସ୍ଥିତ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଆନୁକୁଲ୍ୟରେ ୪୪ତମ ରାଜ୍ୟସ୍ତରୀୟ କବି‐ଲେଖକ, କଳାକାର ମହାସମାବେଶ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ବତ ସମ୍ବର୍ଦ୍ଧନା ଅନୁଷ୍ଠିତ ହେଇଯାଇଅଛି । ଏହି ଅବସରରେ ଆର୍ୟ୍ୟକବି ପଣ୍ତିତ ଡଃ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁର୍ବତନ ସାଂସଦ ତଥା ବିଶିଷ୍ଠ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନୀଳଗିରୀ ର ରାଜାସାହେବ ଶ୍ରୀଯୁକ୍ତ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଏବଂ ରାଣୀସାହେବା ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ, ମାସିକ ଅଗ୍ନିସ୍ପୁଳିଙ୍ଗ ର ସଂପାଦକ ସୁଦର୍ଶନ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ଡଃ ହୁସେନ ରବି ଗାନ୍ଧୀ ଯୋଗ ଦେଇଥିଲେ । ଓଡିଶା ର ବିଭିନ୍ନ ପ୍ରାନ୍ତର ସମେତ ରାଜ୍ୟ ବାହାରୁ ମଧ୍ୟ ଅନେକ କବି ଓ କଳାକାର ଯୋଗ ଦେଇଥିଲେ । ଏହି ଅବସରେ କବି ନବକିଶୋର ବେହେରାଙ୍କ ସଂଯୋଜନାରେ କବିତା ଆସର ଆୟୋଜନ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶ୍ଚିମ ଓଡିଶାରୁ ଆଇଜୀବୀ ତଥା ସମାଜସେବୀ ଆଶୁତୋଷ ରଥଙ୍କୁ “ସେବାରତ୍ନ ସମ୍ମାନ” କ୍ରାନ୍ତିଖଡୁ ସମ୍ବାଦପତ୍ର ର ସଂପାଦକ ଗୋପୀନାଥ ସାହୁଙ୍କୁ “ସମ୍ବାଦ ସୌରବ ସମ୍ମାନ” ଶିକ୍ଷୟିତ୍ରୀ ଚନ୍ଦ୍ରାବତୀ ପାଣ୍ତେଙ୍କୁ “ଶିକ୍ଷାଜ୍ୟୋତି ସମ୍ମାନ” ରେ ସମ୍ମାନିତ କରାଯାଇଛି । କବି ଗୁରୁଦେବ ଘିବେଲା, ଜଟାଧାରୀ ପଧାନ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ “ବାଣୀପୁତ୍ର ସମ୍ମାନ” ଆଶୁକବି ହେମନ୍ତ ଦାଶଙ୍କୁ “ରାଜ୍ୟସ୍ତରୀୟ କବିତା ସମ୍ମାନ” ରେ ସମ୍ମାନୀତ କରାଯାଇଥିଲା । କାର୍ୟ୍ୟକ୍ରମରେ “ମନସ୍ମିନୀ” ପତ୍ରିକା ସମେତ ବାରଗୋଟି ପୁସ୍ତକ ସଂଙ୍କଳନ ଉନ୍ମୋଚିତ ହୋଇଥିଲା । ଶେଷରେ ସଂଗଠନ ର ପ୍ରତିଷ୍ଠାତା ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.