ମହିଳା ଡିଗ୍ରି ମହାବିଦ୍ୟାଳୟ ଓ କେ.ଭି. ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଶୁଭାରମ୍ଭ

କଂଟାବାଂଜି, (ମନୀଶ କୁମାର ହଂସ) : ସ୍ଥାନୀୟ ମହିଳା ଡିଗ୍ରି ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନର ଶୁଭାରମ୍ଭ ରବିବାର ଦିନ ହୋଇଯାଇଛି । ଓଡିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ୭୫୫ଟି ସରକାରୀ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବି.ଇ.ଡି.କଲେଜ ଏବଂ ଆଇନ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ କଂଟାବାଂଜି ମହିଳା ମହାବିଦ୍ୟାଳୟ ଓ କେ.ଭି. ମହାବିଦ୍ୟାଳୟ ମଧ୍ୟ ଭର୍ଚୁୟାଲ ମିଟିଙ୍ଗ କାର୍ଯ୍ୟକ୍ରମ ଜରିଆରେ ଉଦଘାଟିତ ହୋଇଛି । ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମୋ କଲେଜ ଅଭିଯାନରେ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଓ କୋଅର୍ଡିନେଟର ଜିତେନ୍ଦ୍ର ସୁନା ପରିଚାଳନା କରିଥିଲେ । କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ପୁରାତନ ଛାତ୍ରୀ, ଅଧ୍ୟୟନରତ ଛାତ୍ରୀ ସହ ଅଭିଭାବକ ମାନେ ଓ ସମ୍ମାନୀୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିରେ ସାମିଲ ଥିଲେ । ସେହିପରି କେ.ଭି. ମହାବିଦ୍ୟାଳୟର ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମଟିକୁ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଦ୍ୱାରା ପରିଚାଳିତ ହୋଇଛି । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ସହ ଅଭିଭାବକ ସାମିଲ ଥିଲେ ।

Leave A Reply

Your email address will not be published.