ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାମାନବ ପ୍ରଥମ ଆଦିବାସୀ ରାଜନୈତିଜ୍ଞ, ଭାରତୀୟ ସମ୍ବିଧାନ ସଭା ସଦସ୍ୟ, ଶିକ୍ଷାବିତ୍‌, ମହାନ ହକି ଖେଳାଳି ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଜୟପାଳ ସିଂ ମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବକ୍ତାମାନେ ତାଙ୍କର ସଂର୍ଘଷମୟ ଜୀବନୀ ସ୍ମୃତିଚାରଣ କରିଥିଲେ । ସେ ୩ ଜାନୁଆରୀ ୧୯୦୩ରେ ଧରାବତରଣ କରି ୨୦ ମାର୍ଚ୍ଚ ୧୯୭୦ରେ ଦେହ ତ୍ୟାଗ କରିଥିଲେ । ଖେଳରେ ଅଦ୍ଭୁତ ପାରଦର୍ଶିତା ଥାଇ ଅମାପ ମୋହ ଯୋଗୁଁ ଭାରତୀୟ ପ୍ରଶାସନିକ ସେବାକୁ ମଧ୍ୟ ପରିତ୍ୟାଗ କରିଥିଲେ । ସେ ଆଦିବାସୀ ମହାସଭାର ସଭାପତି ଥିଲେ ଓ ମାରଙ୍ଗ୍‌ ଗୋମ୍‌କେ(ଶ୍ରେଷ୍ଠ ମାର୍ଗଦର୍ଶକ) ଭାବରେ ପରିଚିତ ଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ ଯୋଗ ଦେଇ ଏହି ମହାନ ହକି ଖେଳାଳିି ତାଙ୍କ ଅଧିନାୟକତ୍ୱରେ ଦେଶ ପାଇଁ ଅଲମ୍ପିକରେ ହକି ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିଲେ ତଥା ଆଦିବାସୀଙ୍କ ହକ୍‌ ଓ ଅଧିକାର ପାଇଁ ତାଙ୍କର ସଂଗ୍ରାମ ଯୁବ ପିଢିକୁ ପ୍ରେରଣା ଯୋଗାଇବ ପ୍ରକାଶ କରିଥିଲେ । ଏହି ସଭାରେ ପୌରାଞ୍ଚଳ ଗୋଁଣ୍ଡ ସମାଜର ଉପଦେଷ୍ଟା ପ୍ରଦୀପ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ, ଜିଲ୍ଲା ଉପସଭାପତି ଆଦିକନ୍ଦ ଧରୁଆ ମୁଖ୍ୟ ଅତିଥି ଓ ପୌରାଞ୍ଚଳ ସଂପାଦକ ନୃପ ଭୋଇ ସ୍ୱାଗତ କରି ସଭା ପରିଚାଳନା କରିଥିଲେ । ଯୋଗିନ୍ଦ୍ର ଦଲପତି, ଜଗନ୍ନାଥ ଧରୁଆ, ଘନଶ୍ୟାମ ପୁଝାରୀ, ବିଶମ୍ବର ଧରୁଆ, ଆନନ୍ଦ ଭୋଇ, ଯୁଗଲ କିଶୋର ଧରୁଆ,ଦଇତ ଭୋଇ, ଉମେଶ ଚନ୍ଦ୍ର ନାଏକ, କୃଷ୍ଣ ଧରୁଆ, ପ୍ରମୋଦ ମଲ୍ଲୀକ ପ୍ରମୁଖ ସହେଯାଗ କରିଥିଲେ ।

Leave A Reply

Your email address will not be published.