ଜାପାନରେ ଭୂକମ୍ପ ଅନୁଭୂତ : ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨

ଜାପାନ : ଆଜି ଜାପାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଯାହାକି ରାଜଧାନୀ ଟୋକିଓକୁ ପୁରା ଥରାଇ ଦେଇଛି । ଏହାକୁ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି । ୟୁଏସଜିଏସ୍‌ କହିଛି ଯେ, ଏହି ଭୂକମ୍ପ ଇଶିନୋମାକି ଠାରୁ ୩୪ କିଲୋମିଟର ପୂର୍ବରେ ୬୦ କିଲୋମିଟର ଗଭୀରରେ ଅନୁଭୂତ ହୋଇଛି । ଏହା ୨୦୧୧ର ବିରାଟ ଭୂକମ୍ପ ଥିଲା । ଏହି ସମୟରେ ବହୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.