ଉପରଝରରୁ ପର୍ଯ୍ୟଟନ‌ସ୍ଥଳୀ ଭୀମ ପହାଡ ଭାୟା ଥାଳବନ୍ଧ ରାସ୍ତା ଅବସ୍ଥା ଅତି ଶୋଚନୀୟ : ଯଥା ଶୀଘ୍ର ମରାମତି କରିବାକୁ ଜନସାଧାରଣରେ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଛକ ଠାରୁ ଥାଲବନ୍ଧ ଦେଇ ପର୍ୟ୍ୟଟନ ସ୍ଥଳୀ ଭୀମ ପାହାଡ଼କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । ପ୍ରାୟ ୫ କିମି ଲମ୍ବ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଯାଇଛି । ଏହି ରାସ୍ତା ଉପରେ ଥାଲବନ୍ଧ, ଭୀମଡୁଙ୍ଗୁରି, ବନ୍ଧପାଲି, କୁଡ଼ାପାଲି ଗାଁ ଗୁଡିକରୁ ହଜାର ହଜାର ଲୋକ ନିର୍ଭର କରୁଛନ୍ତି । ଏହି ରାସ୍ତା ଦେଇ ଉପରଝର୍ ସ୍ଥିତ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ଓ ହାଇସ୍କୁଲକୁ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଯାଇଥାନ୍ତି । ବଲାଙ୍ଗିରକୁ ଯିବା ସହ ଦେଓଗାଁ ବ୍ଲକ ଅଫିସ୍, ଉପରଝର ସାପ୍ତାହିକ ବଜାର ଯିବା ପାଇଁ ଅଞ୍ଚଳବାସୀ ଏହି ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି । ଏହି ରାସ୍ତାରେ ବର୍ତ୍ତମାନ ପିଚୁ ଚିପ୍ସ ଉଠିଯାଇ ରାସ୍ତାଟି ଖାଳ ଖମାରେ ଭର୍ତି ରହିଛି । ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏହି ରାସ୍ତା ନିର୍ମାଣ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହି ରାସ୍ତାକୁ ଥରୁଟିଏ ବି ମରାମତି କରାଯାଇ ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.