ବାଇକ୍‌ ଚୋରି ସଂଦେହରେ ଗାଡି ସହ ଜଣେ ଯୁବକ ଅଟକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ ଏକ ଦୁଇ ଚକିଆ ଗାଡିରେ ଥିବା ଜଣେ ଯୁବକଙ୍କୁ ସଂଦେହ କରି ଦେଓଗାଁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ପ୍ରକାଶ ଥାଉ କିି, ଗୁରୁବାର ଦିନ ୧୧ଟା ସମୟରେ ବଙ୍ଗଳା ଛକରେ ଜଣେ ଯୁବକ ଏକ ବାଇକରେ ଛକି ରହିଥିଲେ । ସେ ଓଡିଆ ଓ ହିନ୍ଦୀ ଭାଷାରେ ମିଶ୍ରିତ କଥା ହେଉଥିବାରୁ ବାଇକଟି ଚୋରି ହୋଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଧେହ କରିଥିଲେ । ଏନେଇ ଦେଓଗାଁ ପୁଲିସକୁ ଖବର ଦେଲା ପରେ ଉକ୍ତ ଯୁବକଙ୍କୁ ବଙ୍ଗଳା ଛକରେ କାବୁ କରି ଦେଓଗାଁ ଥାନାକୁ ନେଇଥିବା ଜଣାପଡ଼ିଛି । ଯୁବକଙ୍କ ଠାରେ ଥିବା ବାଇକକୁ ମଧ୍ୟ ଜବତ କରିଛି ପୁଲିସ ।

Leave A Reply

Your email address will not be published.