ଦର୍ଶକଙ୍କ ଅପେକ୍ଷାର ଅନ୍ତ : ରିଲିଜ୍‌ ହେଲା ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର’

ନୂଆଦିଲ୍ଲୀ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବା ପରେ ରିଲିଜ୍ ହୋଇଯାଇଛି ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର’ । ଏଥିରେ ମୁଖ୍ୟ ଅଭିନୟ କରିଛ‌ନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନତା ଅର୍ଜୁନ୍ କପୁର । ଦିବାକର୍ ବାନାର୍ଜୀ ଏହି ଫିଲ୍ମକୁ ଡିରେକ୍ଟ କରିଥିବା ବେଳେ, ଏଥିରେ ମ୍ୟୁଜିକ୍ ଦେଇଛନ୍ତି ଅନୁ ମଲ୍ଲିକ୍ । ତେବେ ଏହି ଫିଲ୍ମଟି ୨୦୨୦ରେ ରିଲିଜ୍ ହେବାକୁ ଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ଫିଲ୍ମଟି ସେ ସମୟରେ ରିଲିଜ୍ ହୋଇ ପାରି ନଥିଲା । ହେଲେ ଆଜି ସବୁ ଅପେକ୍ଷାର ଅନ୍ତ ଘଟାଇ, ରିଲିଜ୍ ହୋଇଯାଇଛି ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର୍‌’ ।

Leave A Reply

Your email address will not be published.