p purohi

ବରଗଡ଼ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲା ସ୍ତରୀୟ ସମ୍ମିଳନୀ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ୍ ହଲ୍ ଠାରେ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ ଯୋଗଦେଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ର, ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର ଚୁଳାବତୀ ସାହୁ, ଡାକ୍ତର ଦୈତ୍ୟ କୁମାର ପାଢ଼ୀ, ଡାକ୍ତର ବିଭୁତି ଭୁଷଣ ମେହେର, ଡାକ୍ତର ସାଧୁ ଚରଣ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନଳିନୀ ବଳବନ୍ତରାୟ, ପୈ।ରାଧିକାରୀ ରାଜେଶ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାକୁ ଦୀପାଞ୍ଜଳି ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲା ରେ କାର୍ୟ୍ୟ କାରୀ ହେଉଥିବା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ବୀବରଣୀ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.