p purohi

ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଠକି ଦେଲେ : ଡାକ୍ତର ଦାବୀରେ ସମସ୍ତ ସରକାରୀ କାର୍ୟ୍ୟାଳୟରେ ତାଲା ଦେଲା ବିଜେପି

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ । ଏଠାରେ ଖୋଦ୍‌ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଥିଲେ ଓ ଗତ ସାଧାରଣ ନିର୍ବାଚନରେ ୫୦,୦୦୦ରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ । ପରେ ପରେ ହିଞ୍ଜିଳିକୁ ରଖି ଏକ ଉପ ନିର୍ବାଚନର ବୋଝ ଲଦି ଦେଲେ । ତାଙ୍କ ଦଳୀୟ୍‌ ପ୍ରାର୍ଥୀକୁ ବିଜୟ କରିବାକୁ ବିଜେପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ବ ମୁଁ ନେଲି କହିଥିଲେ ଓ ଦଳୀୟ୍‌ ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ । ପ୍ରତିଶୃତିର ପାହାଡରେ ପୋତି ହୋଇଥିବା ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଲକ ଏବେ ସମସ୍ୟାର ପାହାଡର ଚାପରେ । ଏଠାରେ ଥିବା ବ୍ଲକର ତାଲପାଲି ସିଏଚ୍‌ସିଏଲ୍‌ରୁ ଏବେ ଡାକ୍ତର ଶୂନ୍ୟ । ଗାଇସିଲେଟରେ ଉପ ନିର୍ବାଚନ ବେଳେ ପିଏଚ୍‌ସି.କୁ ସିଏଚ୍‌ସି. ଘୋଷଣା କଲେ । ସେଠାରେ ଜଣେ ଡାକ୍ତର ଥିବା ବେଳେ ଅବସ୍ଥା ନଥିବା ଭଳି । ସରଧାପାଳି ଓ କେର୍ମେଳି ସିଏଚ୍‌ସି ଡାକ୍ତର ଶୂନ୍ୟ । ଏ ସଂକ୍ରାନ୍ତରେ ବାରମ୍ବାର ଅନଶନ, ଧର୍ମଘଟ ପରେ ମଧ୍ୟ ଅବସ୍ଥାର ପରିବର୍ତ୍ତନ ନହେବା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଗତ ତା ୧୦ ତାରିଖ ଦିନ ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲ୍ଳାପାଳଙ୍କୁ ଦାବୀପତ୍ର ଦିଆ ଯାଇଥିଲା । ଏହା ଉପରେ ବିଚାର କରି ବ୍ଲକ ଚିକିତ୍ସା ଅଧିକାରୀ ସମେତ ଅନ୍ୟୁନ୍ୟ ୨ ଜଣ ଲେଖାଏଁ ଡାକ୍ତର ନଦେଲେ ଗତତା ୧୮ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ସରକାରୀ କାର୍ୟ୍ୟାଳୟରେ ତାଳା ଦେଇ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ମାତ୍ର ପ୍ରଶାସନ ଅନୁରୂପ ଭାବେ କୌଣସି ପଦକ୍ଷେପ ନ ନେଇ ଦାରୁଭୂତ ମୁରାରୀ ହେବା ପରେ ବିଜେପି ପକ୍ଷରୁ କାର୍ୟ୍ୟରତ ଥିବା ସମସ୍ତ ଅଧିକାରୀଙ୍କୁ ଅଫିସରୁ ବାହାରି ଯିବାକୁ କହି ଗାଇସିଲେଟ ବିଡିଓ, ତହସିଲଦାର, କୃଷି ଅଧିକାରୀ, ବିଇଓ, ଆରଆଇ, ସିଡିପିଓଙ୍କ କାର୍ୟ୍ୟାଳୟରେ ତାଲା ଦିଆଯାଇଛି । ତାଲା ଦେବା ବେଳେ ଶୋଭାଯାତ୍ରାରେ ଅନ୍ୟୁନ୍ୟ ୫୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଥିବା ବେଳେ ନେତୃତ୍ବ ଜିଲ୍ଲା ସଭାପତି ଅଶ୍ବିନୀ କୁମାର ଷଡଙ୍ଗୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରିଷ୍ଠ ନେତା ସନତ ଗଡତିଆ, ଜିଲ୍ଲା ଉପାଧ୍ୟକ୍ଷ ମଦନ ଦୀପ, ବରିଷ୍ଠ ନେତା ପ୍ରବିଣ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସସ୍ମିତା ଡନସନା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ଯୁବ ମୋର୍ଚା ସଭାପତି ଅମିତ ପଣ୍ତା, ବରିଷ୍ଠ ନେତା ଅବନୀ ପଣ୍ତା, ମଣ୍ତଳ ସଭାପତି ବିପିନ ବିହାରୀ ସାହୁ, ଆନନ୍ଦ ମଟାରୀ, ଘନଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିକ୍ଷୋଭ ସଭାକୁ ବିନାୟକ ପ୍ରସାଦ ଗୁରୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଅଶ୍ବିନୀ କୁମାର ଷଡ଼ଙ୍ଗୀ ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ ପ୍ରଶାସନ ତଥା ସରକାରର ନିଦ ନ ଭାଙ୍ଗିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମତ ଦେଇଥିଲେ ।

nrusinghnath
Leave A Reply

Your email address will not be published.