ସ୍ୱଂୟ ସହାୟକ ଗୋଷ୍ଠୀ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କର ଦକ୍ଷତା ବିକାଶ ଓ ଆତ୍ମ ନିର୍ଭରଶୀଳ ଉଦ୍ୟଶରେ ନାବାର୍ଡ ସହାୟତାରେ ଏବଂ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଟାନ ଏକେଏସଏସ, କଣାସ ଆନ୍ୟୁକୁଲ୍ୟରେ ଡେଲାଙ୍ଗ-କୋଠବାଡ ଗ୍ରାମ ପଚାଂୟତ ସଭାଗୃହ ପରିସରରେ ଗୁରୁବାର ଏକ ଦିବସୀୟ ସ୍ୱଂୟ ସହାୟକ ଗୋଷ୍ଠୀ ସ୍ତରୀୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସମାଜସେବୀ ଘନଶ୍ୟାମ ପ୍ରଧାନ ସଂଯୋଜନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ବେଳେ ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ହରିଚନ୍ଦନ ଅଧ୍ୟକ୍ଷତା କରିବା ସହ କାର୍ୟ୍ୟକ୍ରମର ଆଭିମୁଖୀ ସର୍ମ୍ପକରେ ସୂଚନା ଦେଇଥିଲେ । ନାବାର୍ଡର ଡିଡିଏମ ରାଜୁ ପ୍ରେରଣ ମୂଖ୍ୟ ଅତିଥି ରୂପେ, ସମ୍ମାନୀତ ଅତିଥି ଭାବେ ଆଇସିଡିସିର ବିପିସି ନିବେଦିତା ସ୍ୱାଇଁ, ଅନୁଷ୍ଠାନର ସଂପାଦକ ସୁବର୍ଣ୍ଣ କେଶରୀ ବଳିୟାରସିଂହ, ପ୍ରଶିକ୍ଷକ ଭାବେ ରାଜ କିଶୋର ସ୍ୱାଇଁ ଓ ରୋଜାଲିନି ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଦକ୍ଷତା ଅଭିବୃଦ୍ଧି କିପରି ହୋଇପାରିବ ସେ ସର୍ମ୍ପକରେ ଆଲୋଚନା କରିଥିôଲେ । ଏଥିରେ ୧୮ଟି ସ୍ୱଂୟ ସହାୟକ ଗୋଷ୍ଠୀର ୩୬ଜଣ ସଦସ୍ୟାଙ୍କୁ ସାଙ୍ଗଠନିକ ପରିଚାଳନା, ନେତୃତ୍ୱ ଓ ଦାୟିତ୍ୱ ବିକାଶ, ଆର୍ଥିକ ସାମାଜିକ ବିକାଶ, ସ୍ୱରୋଜଗାର, ଆତ୍ମନିର୍ଭର, ସାମୁହିକ ବିକାଶ, ଦାରିଦ୍ର୍ୟ ଦୂରୀକରଣ, ସଶକ୍ତିକରଣ, ସ୍ୱାଭିମାନ, ଆଧାରଭୂତ ,ଗୋଷ୍ଠୀ ପରିଚାଳନା ,କୃଷି ଭିତ୍ତିିକ, ସେବାଭିତ୍ତିିକ, ହସ୍ତଶୀଳ୍ପ, ଉଦ୍ୟମ ଭିତ୍ତିିକ, ବ୍ୟବସାୟ ଭିତ୍ତିକ ସର୍ମ୍ପକିତ ଉପରେ ପ୍ରଶିକ୍ଷକ ରାଜ କିଶୋର ସ୍ୱାଇଁ ଓ ରୋଜାଲିନି ହରିଚନ୍ଦନ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply

Your email address will not be published.