pr

‘ନବୀନ’ର ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ‘ନବୀନ’ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ତ୍ରୟୋବିଂଶତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପସଭାପତି ରାମକୃଷ୍ଣ ପାତ୍ର ଓ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ସୁଶାନ୍ତ କର, ସଂଗଠନ ସମ୍ପାଦକ ବି. ସତ୍ୟମ ଆଚାରୀ, କୋଷାଧ୍ୟକ୍ଷା ମଞ୍ଜୁ ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମାଜସେବୀ କରମ୍ଭା-କମାଣ୍ଡୋର ସଭାପତି ରାମକୃଷ୍ଣ ପାତ୍ରଙ୍କୁ ସ୍ୱାଗତ ସମିତିର ଅଧ୍ୟକ୍ଷ ଭାବେ ମନୋନୀତ କରାଗଲା । ଉତ୍ସବରେ ୫ ଜଣ ପ୍ରତିଭାଧର ସାହିତ୍ୟିକଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଚଳିତ ବର୍ଷ ଠାରୁ ସାହିତ୍ୟିକ ଓ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ସ୍ୱର୍ଗତ ଡା. ଚନ୍ଦ୍ରମଣି ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ପତ୍ନୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଘୋଷଣା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ମହାରଣା, ବନୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଉତ୍ସବରେ ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିରୀକୃତ ହୋଇଛି ।

nrusinghnath
Leave A Reply

Your email address will not be published.