ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲା : ନ୍ୟାୟ ମାଗୁଛି ନାବାଳିକା, ବିଦ୍ୟାଳୟ ପରିସରରେ ଶିକ୍ଷକଙ୍କୁ ରହିବାକୁ ଅନୁମତି ଦେଲା କିଏ ?

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ଯୌନନିର୍ୟ୍ୟାତନା ମାମଲା ହେବା ପରେ ,ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେବେ ଗତ ୧୩ ତାରିଖରେ ଏନେଇ ପରିବାର ଲୋକେ ପ୍ରଥମେ ନାବାଳିକା ନିଖୋଜ ହେଇଥିବାନେଇ ମ.ରାମପୁର ଥାନାରେ ଅଭିଯୋଗ ପରେ ସେହିଦିନ ହିଁ ନାବାଳିକା ଜଣଙ୍କୁ ନର୍ଲା ବ୍ଲକ ପଲମର ଏକ ଭଡ଼ାଘରୁ ଉଦ୍ଧାର କରାଯାଇଥିଲ । ତେବେ ଅଭିଯୁକ୍ତ ଶିକ୍ଷକ ଜଣକ ବର୍ତ୍ତମାନ ପର୍ୟ୍ୟନ୍ତ ଫେରାର ଅଛନ୍ତି । ସେ ଶିକ୍ଷକତା କରୁଥିବା ବେଲଗାଁ ସରକାରୀ ବିଦ୍ୟାଳୟକୁ ଯାଇ ଆଜି ଅନେକ ନୂତନ ତଥା ଚାଞ୍ଚଲ୍ୟକର ତଥ୍ୟ ଆମ ସାମ୍ନାକୁ ଆସିଛି । ଗତ ୨୦୧୮ ମସିହାରେ ଏହି ବିଦ୍ୟାଳୟରେ ଯୋଗ ଦେଇଥିବା ଏହି ଅଭିଯୁକ୍ତ ଶିକ୍ଷକ ଜଣଙ୍କ ବିଦ୍ୟାଳୟ ପରିସରରେ ହିଁ ଏକ ଶ୍ରେଣୀ କୋଠରୀରେ ରହୁଥିଲେ । କେବଳ ସେ ନୁହେଁ, ଏହି ବିଦ୍ୟାଳୟର ଅନ୍ୟ ତିନିଜଣ ଶିକ୍ଷକ, ଗୋଟିଏ କୋଠରୀରେ ଦୁଇ ଜଣ କରି ବିଦ୍ୟାଳୟ ପରିସରରେ ହିଁ ରହି ଆସୁଛନ୍ତି । ତେବେ ଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କୁ ଘରଭଡ଼ା ଦିଆଯାଉଥିବା ବେଳେ କୋଉଥି ପାଇଁ ଏହି ଶିକ୍ଷକମାନେ ବିଦ୍ୟାଳୟ ପରିସରରେ ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି, ତାହା ଏକ ବିରାଟ ପ୍ରଶ୍ନବାଚୀ । ଏଥିପ୍ରତି ଉପରିସ୍ଥ ଅଧିକାରୀ ଜାଣିଛନ୍ତି କି ବୋଲି ପଚାରିବାରୁ,ଦୀର୍ଘ ଆଠବର୍ଷ ହେଲା ବିଦ୍ୟାଳୟ ହତାରେ ଏକ କୋଠରୀରେ ରହି ଆସୁଥିବା ସହକାରୀ ଶିକ୍ଷକ ଧରଣୀଧର ପଣ୍ଡା କହିଛନ୍ତି,ଆମେ ରହିବା କଥା ସମସ୍ତେ ଜାଣନ୍ତି କିନ୍ତୁ ଆମେ ରହିବା କଥା ନୁହେଁ । ଆମେ ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ଏହି ପରିସରରେ ରହୁଛୁ ବୋଲି ଖୁବ ଚତୁରତାର ସହିତ ଉତ୍ତର ଦେଇଥିଲେ । ଯଦିଓ ସେ ସରକାରଙ୍କ ପାଖରୁ ଘରଭଡ଼ା ବାବଦକୁ ମାସକୁ ୧୦୦୦ଟଙ୍କା ଏବଂ ତାଙ୍କ ସହିତ ଗୋଟିଏ କୋଠରୀରେ ରହୁଥିବା ପ୍ରଧାନଶିକ୍ଷକ ଭକ୍ତଚରଣ ଭୋଇ ଘରଭଡ଼ା ବାବଦକୁ ୧୧୨୮ଟଙ୍କା ସରକାରଙ୍କ ପାଖରୁ ପାଉଛନ୍ତି । ତଥାପି ବିଦ୍ୟାଳୟରେ ଶ୍ରେଣୀ ଗୃହ ଆବୋରି ରହିଛନ୍ତି । ଅନ୍ୟ ଦୁଇ ଶିକ୍ଷକ ଘରଭଡ଼ା ବାବଦକୁ ସରକାରଙ୍କ ପାଖରୁ ଅର୍ଥ ପାଉନାହାନ୍ତି, କିନ୍ତୁ ବିଦ୍ୟାଳୟ ପରିସରରେ ରହୁଛନ୍ତି । ବିଦ୍ୟାଳୟ ପରିସରରେ ରହୁଥିବା ନେଇ ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିସାନଙ୍କୁ ପଚାରିବାରୁ, ସେ ବିଦ୍ୟାଳୟ ପରିସରରେ ରହିବାକୁ କାହାକୁ ଅନୁମତି ଦିଆଯାଇନାହିଁ କି ମୁଁ ବିଦ୍ୟାଳୟ ପରିସରରେ ରହୁଥିବା ବିଷୟ ଜାଣିନାର୍ହି ବୋଲି କହିଛନ୍ତି । ଉକ୍ତ ଅଂଚଳର ଜନସାଧାଣଙ୍କ ଅଭିଯୋଗ କି, ବିଦ୍ୟାଳୟ ପରିସରରେ ଶିକ୍ଷକଙ୍କ ବସା ହିଁ ଉକ୍ତ ଅଭିଯୁକ୍ତ ଶିକ୍ଷକ ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିବାର ମୁଖ୍ୟ କାରଣ । କାହିଁକି ନା, ଜଣେ ଶିକ୍ଷକ ତ ଆଉ ଉକ୍ତ ଛାତ୍ରୀଜଣଙ୍କୁ ଛାତ୍ରୀଙ୍କ ଘରେ କିମ୍ବା ବାହାରେ କୌଣସି ସ୍ଥାନରେ ଦେଖା କରିବା ସମ୍ଭବ ନୁହେଁ, ତେଣୁ ସକାଳ ୧୦ଟାରୁ ୪ଟା ମଧ୍ୟରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଙ୍କ ସହିତ ନିଜ ବିଦ୍ୟାଳୟ ବସାଘରେ ଦେଖା କରିବା ଏକ ଅପୂର୍ବ ସୁଯୋଗ ଓ ସୁରକ୍ଷା ଦେଇଥିଲ ତେଣୁ ଏଭଳି ଏକ ଅମାନୁଷିକ କାର୍ୟ୍ୟ ହେଉଥିଲ ବୋଲି କିଛି ଲୋକେ ମତଦେଇଛନ୍ତି । କେବଳ ସେତିକିନୁହେଁ ଅଭିଯୁକ୍ତ ଶିକ୍ଷକଙ୍କ ଏକ ବୋଲେରୋ ଗାଡ଼ି ମଧ୍ୟ ବିଦ୍ୟାଳୟରେ କରାଯାଇଥିବା ସାଇକେଲଷ୍ଟାଣ୍ଡରେ ରହିଛି । ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି,ଉକ୍ତ ବୋଲେରୋ ଗାଡ଼ି ନମ୍ବରକୁ ପରିବହନ ଆପ୍‌ରେ ଖୋଜିଲେ,ତାହା ଏକ ଓମିନି ବସର ନମ୍ବର ବୋଲି ଜଣାପଡ଼ୁଛି । ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ କଟକ ଜିଲ୍ଲା ପରିବହନ ବିଭାରେ ପଂଜିକରଣ ହେଇଥିବା ଏହି ନମ୍ବରଟି ଯଦି ଓମିନିର ତେବେ ବୋଲେରୋ ଗାଡ଼ିରେ ଏହି ନମ୍ବରଟି ଲାଗିଲା କେମିତି? ସେ ଗତ କିଛି ଦିନଦଳେ ଏହି ଗାଡ଼ିଟି ଆଣି ସ୍କୁଲ ପରିସରରେ ରଖିଛନ୍ତି ଏବଂ ଗାଡ଼ି ରଖିବାକୁ ନେଇ ପ୍ରଧାନଶିକ୍ଷକ ଅନୁମତି ଦେଲେ କେମିତି ? ଏଥିସହିତ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଏଇଠାରେ ରହି କୁଆଡ଼େ ଠିକାକାମ ମଧ୍ୟ କରୁଥିଲେ ବୋଲି ଶିକ୍ଷକ ଶ୍ରୀପଣ୍ଡା କହିଛନ୍ତି । ତେବେ ଶିକ୍ଷକ ଜଣଙ୍କ ଗତ ୧୩ଯାଏଁ ଛୁଟିରେ ରହିଥିବା କଥା କହିଥିଲେ ପ୍ରଧାନ ଶିକ୍ଷକ,ତାହାପରେ ସେ ଯୋଗନଦେବା ବିଷୟରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଥିବା କହିଛନ୍ତି । ଅନ୍ୟପଟେ ନାବାଳିକାଙ୍କ ବାପା-ମାଁ ଝିଅ ପ୍ରତିହେଇଥିବା ଅତ୍ୟାଚାର ର ଉପଯୁକ୍ତ ନ୍ୟାୟ ଦାବୀ କରୁଥିବାବେଳେ ଅଭିଯୋଗର ପାଂଚ ଦିନ ପରେ ମଧ୍ୟ ମ.ରାମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଇଛି । ଅଭିଯୋଗକୁ ଭିତ୍ତିକରି କେସନଂ୫୧/୨୦୨୧ରେ ତଦନ୍ତ ଚାଲିଥିବା କହିଛନ୍ତି ମ.ରାମପୁରଥାନାଧିକାରୀ ଜୟଦେବ ତାରିଣୀ । ସୂଚନାଥାଉ କି,ଗତ ୧୩ ତାରିଖରେ ଉକ୍ତ ନାବାଳିକା ଛାତ୍ରୀଜଣଙ୍କୁ ପୋଲିସ ଉଦ୍ଧାର କରି ଜାଣିବାକୁ ପାଇଥିଲା ଯେ,ବିବାହର ପ୍ରଲୋଭନ ଦେଖାଇ ତାକୁ ଜଣେ ଶିକ୍ଷକ ଭୁବନେଶ୍ୱର ନେଇଯାଇଥିଲେ ଏବଂ କିଛି ଦିନ ରଖିବାପରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସ ବସେଇ,ଫେରାର ମାରିଥିଲେ । ଏହି ନାବାଳିକାକୁ ନ୍ୟାୟ ଦାବୀରେ କଳାହାଣ୍ଡି ଜିଲ୍ଳା କଂଗ୍ରେସ କମିଟୀ ମଧ୍ୟ ମ.ରାମପୁର ଥାନାଧିକାରୀଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛି ।

Leave A Reply

Your email address will not be published.