ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି : ପର୍ଯ୍ୟଟନ, ଜଳସେଚନ, ରୋଡ ରାସ୍ତା, ଭୂମିହୀନଙ୍କୁ ଜମି, ବାସଗୃହ ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ତଥା ବିଧାନସଭାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ ପର୍ୟ୍ୟଟନ, ଜଳସେଚନ, ରୋଡ ରାସ୍ତା ତଥା ବନ୍ଧ ପୋଖରୀ ଉନ୍ନତିକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଶିଳ୍ପବିହୀନ ବଲାଙ୍ଗିର ଜିଲ୍ଲାରେ ଜଳସେଚନର ମାତ୍ରା ନିଶ୍ଚୟ ବଢିବା କଥା । ତେଣୁ ଲୋୟର ଇନ୍ଦ୍ର ଏବଂ ସୁକତେଲରେ ଜଳ ସଂରକ୍ଷଣ ପ୍ରକଳ୍ପ ଓ ଚେକଡେମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସୁକତେଲ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସମାପ୍ତ ପାଇଁ ଅନୁରୋଧ କରିଛନ୍ତି । ପର୍ୟ୍ୟଟନ କ୍ଷେତ୍ରରେ ଲୋକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେବାକୁ ଯାଉଥିବା ୬୩ଟି ବିରଳ ଗୁମ୍ପା ଥିବା ଭୀମଡୁଙ୍ଗୁରି ପାଇଁ ୨୫ କୋଟି ଟଙ୍କାର ଅନୁଦାନ ସହ ବଲାଙ୍ଗିର ସନ୍ନିକଟ ଗନ୍ଧରେଲ ଡ୍ୟାମକୁ ଏକ ପର୍ୟ୍ୟଟନ ସ୍ଥଳି ମାନ୍ୟତା ଏବଂ ଏହାର ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ରାଶି ଦାବି କରିଛନ୍ତି । ଏହି ଉଭୟ ପର୍ୟ୍ୟଟନ ସ୍ଥଳୀ ବିକାଶ ହୋଇ ପାରିଲେ ଉଭୟ ପର୍ୟ୍ୟଟନ ସ୍ଥଳୀ ସ୍ଥାନୀୟ ଲୋକଙ୍କ ରୋଜଗାରର ମାଧ୍ୟମ ହୋଇ ଅଂଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଚିଠିରେ ଉଲ୍ଲଖ କରିଛନ୍ତି । ସହର ମଧ୍ୟରେ ଥିବା ୧୬ଟି ବନ୍ଧର ପୁର୍ନଉଦ୍ଧାର ସହ ୧୦୦ ଏକର ଅଂଚଳରେ ଥିବା ଐତିହ୍ୟ ସମ୍ପୁର୍ଣ୍ଣ ମହାରାଣୀ ସାଗରର ଉନ୍ନତି ପାଇଁ ୨୦ କୋଟି ଟଙ୍କାର ଅନୁଦାନ ରାଶି ଦେବାକୁ ଚିଠି ମାଧ୍ୟମରେ ସେ ଚିଠି ମାଧ୍ୟମରେ ସେ ଜଣାଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଏହାର ବିକାଶ ହୋଇପାରିଲେ ଏହି ପ୍ରକଳ୍ପଟି ବଲାଙ୍ଗିରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ତେଲନଦୀର ଜଳ ସଂରକ୍ଷଣ ତଥା ଏହାର ଚାରିପଟରେ ଥିବା ଜଙ୍ଗଲ ସଂଗ୍ରକ୍ଷଣ କରିବା ନିହାତି ଜରୁରୀ । ସେଠାରେ ଏକ ଇକୋ ପାର୍କ ନିର୍ମାଣ ପାଇଁ ସେ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ସିକୁଆଁ ଭୁତିଆରବାହଲ ଠାରେ ପ୍ରସ୍ଥାବିତ ଜଳସେଚନ ପ୍ରକଳ୍ପର ମଞ୍ଜୁରୀ ବୈଷୟିକ କମିଟି ଦ୍ୱାରା ସରିଯାଇଥିବାର ତାର ପାଇଁ ଅନୁଦାର ବ୍ୟବସ୍ଥା କରିବା ପାଇଁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ତା ସହ ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟକୁ ସ୍ଥାନାନ୍ତରଣ, ବାଇପାସ ରୋଡ ନିର୍ମାଣ ଶୀଘ୍ର ସମାପ୍ତ କରିବା, ବଲାଙ୍ଗିରରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ, ରୋଜଗାର ପାଇଁ ଶିଳ୍ପ ପ୍ରତିଷ୍ଠା, କଣ୍ଟାବାଞ୍ଜି ଠାରେ ୱାଗନ କାରଖାନା, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ବଲାଙ୍ଗିରରେ ଥିବା ଗରିବ ଭୂମିହୀନ, ବାସହୀନଙ୍କ ପାଇଁ ଶୀଘ୍ର ଜମି ଓ ବାସଗୃହ, ବାଦ୍ଧକ୍ୟଭତ୍ତା ଏବଂ ରାସନ କାର୍ଡ ଏବଂ ୨୦୧୯ ପ୍ରଳଙ୍କାରୀ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ବଲାଙ୍ଗିର ଗସ୍ତକୁ ନେଇ ତାଙ୍କୁ ସ୍ୱାଗତ କରିବା ସହ ବଲାଙ୍ଗିର ଭଳି ଏକ ଅନୁନ୍ନତ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତରେ ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିବେ ବୋଲି ଚିଠି ମାଧ୍ୟମରେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.