oom

କେଶରୀୟା ହିନ୍ଦୁ ବାହିନୀର ଲୋଇସିଂହାରେ ବାଇକ ଶୋଭାଯାତ୍ରା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ଲୋଇସିଂହା ବ୍ଲକ୍ ତରଫରୁ ଲୋଇସିଂହା ଠାରେ ନୂତନ ଭାବେ ଜିଲ୍ଲା ସଭାପତି ଦାୟିତ୍ଵ ଗ୍ରହଣ କରିଥିବା ପ୍ରଦୀପ କୁମାର ତ୍ରିପାଠୀଙ୍କୁ ଏକ ବାଇକ ଶୋଭାଯାତ୍ରା କରି ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଲୋଇସିଂହା ଧର୍ମଶାଳା ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା । ଏହାପରେ ମିଶନ କେଶରୀୟା ଝଣ୍ଡା କାର୍ୟ୍ୟକ୍ରମ ମାଧ୍ୟମରେ ଲୋଇସିଂହାରେ ଥିବା ପ୍ରତ୍ୟେକ ହିନ୍ଦୁ ଘରେ ଗେରୁଆ ପତାକା ଲଗାଯାଇଥିଲା । ଏହି କାର୍ୟ୍ୟକ୍ରମ ଲୋଇସିଂହା ବାବା ମଠ ଠାରୁ ଆରମ୍ଭ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପ୍ରଦେଶ ମହମନ୍ତ୍ରୀ ସନ୍ତୋଷ ଭୋଳ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା କୋଷାଧ୍ୟକ୍ଷ ସୁଶିଲ ସାହୁ, ବଲାଙ୍ଗୀର ନଗର ସଭାପତି ସନ୍ତୋଷ ସାହୁ, ନଗର ମହାସଚିବ ଦେବରାଜ ନାଗ, ପ୍ରଶାନ୍ତ ମିଶ୍ର, ସୌଭାଗ୍ୟ ସ୍ୱାଇଁ, ସୁରଜ୍ ବକୁଲ୍, ବୁଲୁ ପର୍ଡିଆ, କବିରାଜ ସାହୁ, ଶୈଲେଁନ୍ଦ୍ର ନାଏକ, ରାଜୁ ନାଏକ, ପାଟଣାଗଡ଼ ବ୍ଲକ୍ ଅଧ୍ୟକ୍ଷ ସୁବ୍ରତ କୁଅଁର, ଆଗଲପୁର ବ୍ଲକ୍ ଅଧ୍ୟକ୍ଷ ଦୀନବନ୍ଧୁ ବିଶ୍ଵାଳ, ଦେଓଗାଁ ବ୍ଲକ ପ୍ରଭାରୀ ଅନନ୍ତ ବଗର୍ତ୍ତୀ, ଲୋଇସିଂହା ବ୍ଲକ୍ ଅଧ୍ୟକ୍ଷ ବିରେନ୍ଦ୍ର ବାରିକ୍, ବ୍ଲକ୍ ପ୍ରଭାରୀ ଶଙ୍କର ଅଗ୍ରୱାଲ,ବ୍ଲକ୍ ଉପସଭାପତି ନେପାଲ ସା, ସୀତାରାମ ପ୍ରଧାନ, ସୁମନ୍ତ ବିଶ୍ଵାଳ, ସଚି ବେହେରା ଓ ଅନ୍ୟାନ୍ୟ ପ୍ରମୁଖ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.