ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ : ୨୭୦ ଗ୍ରାମ ବ୍ରାଉନସୁଗାର ଜବତ

କଟକ : ଦିନକୁ ଦିନ ବଢିବାରେ ଲାଗୁଛି ଧଳାଜହର କାରବାର ବେଳେ ଆଜି ପୁଣି କଟକ ଜଗତପୁର ଥାନା ପୋଲିସ ଜଗତପୁର ଅଞ୍ଚଳରେ ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି କଟକ ଡିସିପି । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ସୁଧରୀ କୁମାର ମହାନ୍ତି ଓ ବିକ୍ରମ ସାମଲ । ତେବେ ଅଭିଯୁକ୍ତ ଦୁଇ ଜଣ ବିଭିନ୍ନ ଜିଲ୍ଲାରୁ ଧଳା ଜହର ଆଣି ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା କହିଛନ୍ତି କଟକ ଡିସିପି ପ୍ରତିକ ସିଂ ।

Leave A Reply

Your email address will not be published.