ଥଣ୍ଡା ପାନୀୟ ପ୍ରକଳ୍ପ ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ପଞ୍ଚାୟତ ଗୌରୀଶଙ୍କର ଆଶ୍ରମ ଠାରେ ପ୍ରତି ଶନିବାର ଓ ମାସର ପ୍ରତେକ ସଂକ୍ରାନ୍ତି ଦିନ ଆଶ୍ରମରେ ପ୍ରବଚକ ମାନେ ଆସି ପ୍ରବଚନ, ଭାଗବତ ଚର୍ଚ୍ଚା ଚାଲିଥାଏ । ଏଥିରେ ଗୌରୀଶଙ୍କର ମିଶ୍ରଙ୍କ ଶିଷ୍ୟ ଓ ବହୁ ବୟସ୍କ ବୃଦ୍ଧ ବୃଦ୍ଧା ମାନେ ଆସି ପ୍ରବଚନ ଶୁଣିଥାନ୍ତି। ଏହାକୁ ଉପଲବ୍ଧି କରି ଲାୟନ୍ସ କ୍ଲବ ଝରାପାଲି, ଥୁଆପାଲି ର ସଦସ୍ୟମାନେ ଓ ଆଶ୍ରମର ଆଜୀବନ ସଦସ୍ୟ ପୂର୍ବତନ ଶିକ୍ଷକ ସ୍ଵର୍ଗତ ରବିନ୍ଦ୍ର କୁମାର ହୋତାଙ୍କ ଶ୍ରୁତି ଉଦ୍ଦେଶ୍ୟରେ ତାଙ୍କର ପୁତ୍ର ରାଜେଶ କୁମାର ହୋତାଙ୍କ ମିଳିତ ଆନୁକୁଲ୍ୟରେ ଏକ ଥଣ୍ଡା ପାନୀୟ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ସମୟରେ ଲାୟନ୍ସ କ୍ଲବର ସଭାପତି ରଶ୍ମିରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ଶଂକର ଲାଲ ଗୁପ୍ତା, କୁଶ ପ୍ରଧାନ ସମେତ କ୍ଲବର ସଦସ୍ୟମାନେ, ଏହା ସହିତ ହୋତା ପରିବାର ବର୍ଗ ଓ ଲୁପୁରସିଂହା ଗ୍ରାମବାସୀ ଯୋଗ ଦେଇଥିଲେ। ଏଠାରେ ପ୍ରସାଦ ସେବନର ସୁବିଧା କରାଯାଇଥିଲା । ଏହି ଅବସରରେ ଲୁପୁରସିଂହାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.