କନ୍ଧମାଳର ବାଲନ୍ଦାପଡ଼ା ମା’ଗୃହ ଏଏନ୍‌ଏମ୍‌ ପୁଷ୍ପିତା ସାହୁଙ୍କ କାମ ପ୍ରଶଂସନୀୟ : ମୁଖ୍ୟମନ୍ତ୍ରୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାରେ ମା’ଗୃହ ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ ପୁଷ୍ପିତା ସାହୁ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ କରୁଥିବା କାମ ଉଦାହରଣୀୟ । ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଏବଂ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏତଦ୍‌ ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପରବର୍ତ୍ତୀସ୍ତରକୁ ନେବା ଉଦେଶ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶା କର୍କଟ ଚିକିତ୍ସା ଯୋଜନା କାର୍ୟ୍ୟକାରୀ କରିବେ । ଏହି ଅଭିଯାନରେ ପ୍ରାୟ ୫୭୭ କୋଟି ଟଙ୍କା ବିନିଯୋଗ ହେବ ଏବଂ ସମଗ୍ର ରାଜ୍ୟରେ ଉଚ୍ଚସ୍ତରୀୟ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଏକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.