ମାତିଲେ ରୁଟେରା : ମୁଣ୍ଡରେ ବନ୍ଧୁକ ଲଗାଇ କୁକୁଡ଼ା ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନ ଦି’ପହରରେ ଲୋକଙ୍କ ସବୁବେଳେ ଗହଳି ରହୁଥିବା ରାସ୍ତାରେ
କୁକୁଡା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି। ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ କନ୍ଧଉଲବା ଗ୍ରାମର କୁକୁଡ଼ା ବ୍ୟବସାୟୀ ହେଉଛନ୍ତି ରଞ୍ଜିତ ବେହେରା । ସେ ସବୁ ଦିନ ଭଳି ଏହି ରାସ୍ତା ଦେଇ ଆସୁଥିବା ବେଳେ ତାଙ୍କ ଠାରୁ ୧ଲକ୍ଷ ୫୦ ହଜାର ଟଙ୍କାର ଲୁଟ ହୋଇଥିବା ନେଇ ରଞ୍ଜିତ ବେହେରା ସଇଁନ୍ତଲା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସ୍ଥଲରେ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ କି, ଆଜି ରଞ୍ଜିତ ବେହେରା ଘୁନସର ଅଞ୍ଚଳରେ କୁକୁଡ଼ା ଦେଇ ଫେରୁଥିବା ବେଳେ ମଧ୍ୟାହ୍ନ ୧୨ଟା ସମୟରେ ଦେଢେଲ ଗ୍ରାମର ଆମ୍ବ ବଗିଚାଠାରେ ଏକ ବାଇରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ ଧମକ ଚମକ ଦେଇ ତାଙ୍କ ଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସମୟରେ ସଇଁନ୍ତଲା ଅଞ୍ଚଳରେ ଲୁଟେରାଙ୍କ ବେଧଡକ୍‌ ଭାବେ ଲୁଟ ଚାଲିଥିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.