ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ : ଜଣେ ମାଓବାଦୀ ମୃତ

ମାଲକାନଗିରି : ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି ଫଳରେ ଜଣେ ମାଓବାଦୀର ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତା ନିର୍ମାଣ କାର୍ୟ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜୁଥିଲେ । ହେଲେ ନିଜ ଜାଲରେ ନିଜେ ଫସିଗଲେ । ଆଇଇଡି ଖଞ୍ଜୁଥିବା ବେଳେ ହଠାତ୍‌ ବଡ ଧରଣର ବିସ୍ଫୋରଣ ଘଟିଥିଲା । ଫଳରେ ଜଣେ ଲ୍ୟାଣ୍ଡମାଇନ୍‌ ଏକ୍ସପର୍ଟ ମାଓବାଦୀର ମୃତ୍ୟୁ ହୋଇଥିଲା । ମୃତ ମାଓବାଦୀ ସୁନୀଲ ମିତରୁର ଅଞ୍ଚଳର ହୋଇଥିବା ବେଳେ, ଭେମଗଡ଼ ଏରିଆ କମିଟି ସଦସ୍ୟ ଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.