ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ କରି ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟମାନଙ୍କ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିବା ସହ ଅଖିଳ ଭାରତୀୟ ବିଦ୍ୟାର୍ଥିୀ ପରିଷଦ ତରଫରୁ ଏହିି ସଂଶୋଧିତ ଆଇନର ପ୍ରତ୍ୟାହାର ଦାବୀ କରାଯାଇଛି । ଏବିଭିପି ତରଫରୁ ଏକ ସମ୍ବାଦିକ ସମ୍ମିଳନୀର ଅୟୋଜନ କରାଯାଇ ରାଜ୍ୟର ବିଭୀନ୍ନ ବି.ଏଡ. ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯିବା, ଶିମିଳିପାଳ ଜଙ୍ଗଲ ଦହନ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା, କୋଟିଆ ପ୍ରସଙ୍ଗ ଓ ରାଜ୍ୟରେ ବଢୁଥିବା ବେରୋଜଗାରୀ ପ୍ରସଙ୍ଗ ଉଠାଇ ଏ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ କରାଯାଇଛି । ସେହିପରି ବିଏଡ ବିଦ୍ୟାଳୟ ମାନଙ୍କୁ ପୁନଃ ସ୍ଥାପନ, ରାଜ୍ୟରେ ନାରୀ ସୁରକ୍ଷା, ସୀମା ସୁରକ୍ଷା ଓ ଆତ୍ମନିର୍ଭରଶୀଳ ଓଡିଶା ଗଠନ ଦିଗରେ ରାଜ୍ୟ ସରକାର କାମ କରିବାକୁ ଦାବୀ କରିଛି ଏ.ବି.ଭି.ପି. । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପି ରାଜ୍ୟ ସଂପାଦକ ବିଜୟ ଗଡ୍ଡା, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସଂଦେଶ ବିଶ୍ୱାଳ ସହିତ ନଗର ନେତୃୃବୃନ୍ଦ ରାହୁଲ ପାଣିଗ୍ରାହୀ, ଦେବାଶିଷ ଶତପଥି, ବର୍ଷା ବହିଦାର ଓ ଲଳୀତ କୁମାର ଦାଶ ପ୍ରମୂଖ ଉପସ୍ଥିତ ଥିଲେ ।