ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ । ଦୂର ଦୂରାନ୍ତରରୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ରକ୍ତଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି । ବରଗଡ ରକ୍ତ ଭଣ୍ଡାର ଦ୍ବାରା ଏହି ଶିବିରରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଦୁଇ ଯୋଡା ଦମ୍ପତ୍ତିଙ୍କ ସମେତ ୫ ଜଣ ମହିଳା ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ଦର୍ଜି ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ଦଶ ବର୍ଷ ଧରି ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ।

Leave A Reply

Your email address will not be published.