ବିକାଶ ନର୍ସିଂ କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ‘ଅଭ୍ୟୁଦୟ’ ଶୀର୍ଷକ ଇଣ୍ଡକ୍ସନ ଏଣ୍ଡ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷା ସମୂହରେ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ପ୍ରଥମ କରି ଆରମ୍ଭ ହୋଇଥିବା ବିକାଶ ନର୍ସିଂ କଲେଜର ବି.ଏସ୍‌ଏସ୍‌(ନର୍ସିଂ) ଏବଂ ଏ.ଏନ୍‌.ଏମ୍‌. ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ୯ ମାର୍ଚ୍ଚରୁ ୧୩ ମାର୍ଚ୍ଚ ପର୍ୟ୍ୟନ୍ତ ୫ ଦିନିଆ ଇଣ୍ଡକ୍ସନ ଏଣ୍ଡ ଓରିଏଣ୍ଟେସନ୍‌ କାର୍ୟ୍ୟକ୍ରମ ‘ଅଭ୍ୟୁଦୟ’ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡି.ନାଗେଶ୍ୱର ରାଓ ପ୍ରମୁଖ ଯୋଗଦାନ କରି ସମାଜରେ ନର୍ସିଂ ଶିକ୍ଷା ଓ ସେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଚଳିତ କୋଭିଡ୍‌ ମହାମାରୀରେ ନର୍ସ ମାନଙ୍କ ସେବାକୁ ଭୂୟସି ପ୍ରଶଂସା କରିଥିଲେ । ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା ବିକାଶ ଅନୁଷ୍ଠାନର ଏହି ପାଠ୍ୟକ୍ରମକୁ ଆଗାମୀ ଦିନରେ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ବରଦାନ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ବିକାଶ ନର୍ସିଂ କଲେଜ ବରଗଡ଼ ଓ ଭବାନୀପାଟଣା ଶାଖାର ଉପାଧ୍ୟକ୍ଷା ମାନଙ୍କ ସମେତ ବିକାଶ ମଲ୍‌ଟି ସ୍ପେସିଆଲିଟି ହସ୍‌ପିଟାଲ୍‌ର ନର୍ସିଂ ବିଭାଗୀୟ ମୁଖ୍ୟମାନେ ତଥା ବିକାଶ ଗ୍ରୁପ୍‌, ବରଗଡ଼ର ସମସ୍ତ ଶାଖାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଏଡ୍‌ମିନିଷ୍ଟ୍ରେଟର୍‌ ମାନେ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମର ସମସ୍ତ ଦିନ ପ୍ରଥମ ପର୍ୟ୍ୟାୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗୃତିଗତ ଅଧିବେଶନ ହେବା ସହ ଦ୍ୱିତୀୟ ପର୍ୟ୍ୟାୟରେ ବିକାଶ ମଲ୍‌ଟି ସ୍ପେସିଆଲିଟି ହସ୍‌ପିଟାଲ୍‌ର ବିଭିନ୍ନ ବିଭାଗର ପରିଦର୍ଶନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.