ଦେଓଗାଁ, (ମନିଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ମହମ୍ମଦପୁର ଗ୍ରାମକୁ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ ବଲାଙ୍ଗିର ଜିଲ୍ଲା କାର୍ୟ୍ୟକର୍ତ୍ତା ଏବଂ ଦେଓଗାଁ ବ୍ଲକ୍ କାର୍ୟ୍ୟକର୍ତ୍ତାଙ୍କ ସହ ଗସ୍ତ କରି ସେଠାରେ ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ । ଗ୍ରାମର ନାମ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଦେଇ ମହାମନ୍ତ୍ରୀ ଶ୍ରୀ ଭୋଳ ଗ୍ରାମବାସୀଙ୍କ ସହ ମିଶି ଦେଓଗାଁ ତହସିଲଦାରଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ ।