oom

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁବାଣ, ନୂଆପଡା ଗସ୍ତକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନୂଆପଡା ଜିଲ୍ଲାରେ ତିଖାଲି ଠାରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ବଲାଙ୍ଗିର, ସଇଁନ୍ତଲା ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ବିଜେପି କାର୍ୟ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ବଙ୍ଗୋମୁଣ୍ଡା ପୋଲିସ କାବୁ କରିଛି । ତେବେ ଗତକାଲି ଠାରୁ କଣ୍ଟାବାଞ୍ଜି ଅଞ୍ଚଳରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବିଧାୟକ ପ୍ରାର୍ଥୀ ଲକ୍ଷଣ ବାଗଙ୍କ ସମେତ ୫ ଜଣ ବିଜେପି ନେତାଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଆଜି ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ଟିଟିଲାଗଡ଼ ବିଜେପି ବ୍ଳକ ପ୍ରତିନିଧି ମୁକେଶ ଜୈନ, ଅମିତ ସିଂନିନା ସମେତ ବିଜେପିର ଆଦି ୩୦ରୁ ଉର୍ଦ୍ଧ୍ଵ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁ ବାଣ ବୋଲି ବିଜେପି ଅଭିଯୋଗ କରିଛି ।

jittmm
Leave A Reply

Your email address will not be published.