ରଏତି ଜମିରେ ତିଆରି ହେଉଛି କମ୍ୟୁନିଟି ସେଣ୍ଟର : ଗ୍ରାମବାସୀଙ୍କ ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା:ପ: ଅନ୍ତର୍ଗତ କୁଶପାଲି ଗାଁର ପ୍ରୀତି ମାଝିଙ୍କ ରଏତି ଜମିରେ ୨ ଲକ୍ଷ ଟଙ୍କାର କମ୍ୟୁନିଟି ସେଣ୍ଟର ତିଆରି କରିବା ନିମନ୍ତେ କଲମ ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି । ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରଏତି ଜମିରେ ତିଆରି କରାଯାଉଥିବା ଅଭିଯୋଗ ରହିଛି ଏ ନେଇ କୁଶପାଲି ଗାଁବାସୀ କହନ୍ତି ଯେ, ରଏତି ଜମିରେ ସରକାରୀ ନିର୍ମାଣ କରାଯିବା ଆଇନ ସମ୍‌ମ୍ମତ ହୋଇ ନଥିବା ବେଳେ ଏଠାରେ ବେଆଇନ ଭାବେ ଏହି କାମ କରାଯାଉଛି । ତେବେ ବ୍ଲକ ପ୍ରସାଶନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.