ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ତରଫରୁ ରକ୍ତ ଦାନ ଶିବିର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ଲାଠୋର ଅଗ୍ରସେନ୍ ଭବନରେ ଠାରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଅନ୍ତର୍ଗତ ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ଏବଂ ସମାଜସେବୀ ସୁଶୀଲ ଅଗ୍ରୱାଲ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଙ୍କରଲାଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ବାରିକ ସରସ୍ୱତୀ ଶିଶୁ ମନ୍ଦିର ଲାଠୋର ପ୍ରଧାନ ଆଚାର୍ୟ୍ୟ, ରଜତ କୁମାର ମିଶ୍ର, ମୋହନ ସୁନା ଏବଂ ଶିଶୁ ପଧାନ ପ୍ରଥମେ ଉନ୍ମୋଚନ କରିଥିଲେ । ଓ ଆମର ସୁନ୍ଦର ବଲାଙ୍ଗୀର ସଙ୍ଘଠନର ସଭପତି କ୍ରିଷ୍ଣା ସେଠୀ, ସମ୍ପାଦକ ବେଦବର ଛତ୍ରିଆ ଓ ପାଟଣାଗଡ ଉପ ଖଣ୍ଡୀୟ ରେଡ଼କ୍ରସରୁ ଆସିଥିବା ତାପସ ରଞ୍ଜନ ସାହୁ ମନୋଜ କୁମ୍ଭାର, ସୁଶାନ୍ତ ପଧାନ ଓ ଷ୍ଟାଫ୍‌ ୨୩ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ସର୍ବ ପ୍ରଥମେ ରଜତ କୁମାର ମିଶ୍ର, ନୀଳମାଧବ ମେହେର, ଶିବା ଠାକୁର, ବୁଲୁ ସେଠୀ ଓ ମହିଳା ଭାବେ ପ୍ରଥମେ ବବିତାଞ୍ଜଳି ମୁଣ୍ଡ ରକ୍ତଦାନ କରିଥିଲେ ।୧୫ ଦିନ ବ୍ୟବଧାନରେ ଲାଠୋରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଆମର୍ ସୁନ୍ଦର ବଲାଙ୍ଗିରର କାର୍ୟ୍ୟକର୍ତ୍ତା ରକ୍ତଦାନ କରି ରକ୍ତଦାନ ଶିବିରକୁ ସଫଳ କରିଥିଲେ । ସେଥିପାଇଁ ଆମର୍ ସୁନ୍ଦର ବଲାଙ୍ଗିର ସଂଗଠନ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଏପରି ଜନହିତକର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମର୍ ସୁନ୍ଦର ବଲାଙ୍ଗୀର ସଂଗଠନର ସଭାପତି କ୍ରିଷ୍ଣା ସେଠୀ କହିଛନ୍ତି ।

Leave A Reply

Your email address will not be published.