ବହୁଧା ଜଳଭଣ୍ଡାର ଥାଇ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଲୋକେ

ତୁରେକେଲା, (କୈଳାଶ ସଗ୍ରିଆ) : ଢୋଲମାନ୍ଦଲ ଗ୍ରା.ପ. ଅନ୍ତର୍ଗତ ବାହାବଲ ଗାଁରେ ପ୍ରାୟ ଦୁଇ ବର୍ଷ ହେବ ବହୁଧା ଜଳ ଭଣ୍ଡାର ଥାଇ ମଧ୍ୟ ପାଣି ସପ୍ଲାଏ ହେଉ ନଥିବା ସୂଚନାରେ କୁହାଯାଇଛି । ଏଥିପାଇଁ ଖରା ଦିନରେ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଗ୍ରାମବାସୀ । ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର ମା’ମାନେ ନଳକୂପକୁ ଆଶ୍ରା କରି ମରାମତି କରୁଛନ୍ତି । ଏହି ନଳକୂପର ପାଣି ମଧ୍ୟ ଶୀଘ୍ର ଶୁଖି ଯାଇଥାଏ । ଏଣୁ ପାଣି ମୁନ୍ଦେ ପାବାରେ ବହୁତ କଷ୍ଟ ବୋଲି କୁହାଯାଇଛି । ଏନେଇ ମାଁ ଧରଣୀ ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର ସଭାନେତ୍ରୀ ସୁଦୟା ବନଗୋଲା, ସମ୍ପାଦିକା ସୁଷମା ବୁଡେକ ଓ ସଦସ୍ୟା ବୃନ୍ଦ, ମାଁ ତାରିଣୀ ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର ସଭାନେତ୍ରୀ ଦୀପା ବୁଡେକ, ସମ୍ପାଦିକା ପୁଷ୍ପାଞ୍ଜଳି ଧୁବଲ ଓ ସଦସ୍ୟା ବୃନ୍ଦ, ମାଁ ଦୂର୍ଗା ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର ସଭାନେତ୍ରୀ କୁନ୍ତୀ ବନଗୋଲା, ସମ୍ପାଦିକା ଆରତି ବୁଡେକ ଓ ସଦସ୍ୟା ବୃନ୍ଦ ଏବଂ ମାଁ ଜେନା ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର ସଭାନେତ୍ରୀ ରତ୍ନାମତି ବୁଡେକ , ସମ୍ପାଦିକା ଦଶରେ ବୁଡେକ ଓ ସଦସ୍ୟା ବୃନ୍ଦ ଅନେକ ଥର ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ଗୁହାରି ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଏ ବିଷୟ ନେଇ ବ୍ଲକ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.