ମାଣ୍ତିଆଢିପା ଧାନ ମଣ୍ତିରେ ଧାନ ବସ୍ତା ଚୋରି : ପାଇକମାଲ ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ତିମାନଙ୍କରେ ହଜାର ହଜାର ଧାନ ବସ୍ତା ଗଦା ହୋଇଛି । ଧାନ କିଣାକୁ ନେଇ ଚାଷୀ ମାନେ ଆଜିକୁ ୨୩ ଦିନ ହେଲାଣି ଆନ୍ଦୋଳନ ଚଳାଇଛନ୍ତି । ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ପୁରେଇ ଦିଆଯାଇଛି । ଚାଷୀମାନେ ଚିନ୍ତାରେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟ ପଟେ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ତିଆଢିପା ଧାନ ମଣ୍ତିରେ ଏରିଭାଲ ଧାନ ବସ୍ତା ଚୋରୀ ହେବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମାଣ୍ତିଆଢିପା ପଞ୍ଚାୟତର କେନାବୁଦା ଗ୍ରାମର ଧବଲେ‌ଶ୍ୱର ସାହୁ ଗତ ତା ୩୧/ ୧୨/ ୨୦ ରେ ୭୯ ପେକେଟ ଅର୍ଥାତ ୩୨୮୭ କିଣ୍ଟାଲ ଧାନ ମାଣ୍ତିଆଢିପା ମଣ୍ତିରେ ଏରିଭାଲ ହୋଇ ଗୋଦାମ ଗୃହରେ ଜମା ହୋଇଥିଲା । ସେହି ଗୋଦାମ ଗୃହରୁ ୧୭ ପ୍ୟାକେଟ ଧାନ ନଥିବାରୁ ଶ୍ରୀ ସାହୁ ଦେଖିବାକୁ ପାଇଥିଲା । ଧାନ ଚୋରି ହୋଇଥିବାର ଜାଣି ପାଇକମାଲ ଥାନାରେ ଏତଲା ଦେବା ସଙ୍ଗେ ସଙ୍ଗେ ତଦନ୍ତ କରି ବିହିତ କାର୍ୟ୍ୟାନୁଷ୍ଠାନ ନେବା ନିମନ୍ତେ ଧବଲେ‌ଶ୍ୱର ସାହୁ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.