ବ୍ଲକସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ

ମନରେଗାରେ ଠେମରା ଓ ରୁରାଲ ହାଉସିଂରେ କପିଲାଭଟା ପଂଚାୟତକୁ ପ୍ରଥମ ପୁରସ୍କାର
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବିଡିଓ ରିପୁନାଥ ସୁନା, ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ସରପଂଚ ସଂଘ ସଭାପତି ଉପେନ୍ଦ୍ର ମେହେର ପ୍ରମୁଖ ମଂଚାସୀନ ହୋଇଥିଲେ । ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଓଡିଶାର ଭୂମିପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଦିବସରେ ବିଭିନ୍ନ ଯୋଜନାରେ ସଫଳତାର ସହ କାର୍ଯ୍ୟ କରିଥିବା ଶ୍ରେଷ୍ଠ ପଂଚାୟତ ଗୁଡିକୁ ସମ୍ମାନୀତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କପିଲାଭଟା ପ୍ରଥମ, ଭାଲୁମୁଣ୍ଡା ଦ୍ୱିତୀୟ ଓ କଁସିଲ ପଂଚାୟତକୁ ତୃତୀୟ ଭାବେ ସମ୍ମାନୀତ କରାଯାଇଥିଲା । ମନରେଗା ଯୋଜନାରେ ୨୦୦ ଦିନର ଶ୍ରମ ଦିବସ, ୧୦୦ ଦିନର ଶ୍ରମ ଦିବସ, ସର୍ବାଧିକ ବ୍ୟକ୍ତିଗତ ଶ୍ରମ ଦିବସ ସୃଷ୍ଟି କରିବାରେ ବ୍ଲକରେ ପ୍ରଥମ ହୋଇଥିବାରୁ ପ୍ରଥମ ପୁରସ୍କାର ଠେମରା ପଂଚାୟତର ସରପଂଚ ଲିଲାବତୀ ବାଗ, ପିଇଓ ସତ୍ୟ ଘିଭେଲା, ଜିଆରଏସ୍‌ ଡମ୍ବରୁଧର ତାଣ୍ଡିଙ୍କୁ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପ୍ରଦାନ କରାଯିବା ସମୟରେ କନିଷ୍ଠ ଯନ୍ତ୍ରୀ ଜୟନାରାୟଣ ବାଘ ଉପସ୍ଥିତ ଥିଲେ । ୨୦୦ ଦିନର ଶ୍ରମ ଦିବସ ସୃଷ୍ଟି କରିବାରେ ବଲଧା ଦ୍ୱିତୀୟ, ଭୂଷଲାଡ ତୃତୀୟ, ୧୦୦ ଦିନର ଶ୍ରମ ଦିବସରେ ଝଲପ ଦ୍ୱିତୀୟ, ଭୂଷଲାଡ ପଂଚାୟତକୁ ତୃତୀୟ ପ୍ରଦାନ କରାଯାଇଥିଲା । ବିପିଏମ୍‌ ବିଜୟ ବେହେରା ଏବଂ ମନରେଗା ବ୍ଲକ ସାମାଜିକ ସମୀକ୍ଷକ ଶୁଶୀଲ କୁମାର ପୋଢ ସଭା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିପିଇଓ ରାହାସ ବିହାରୀ ମଲ୍ଲିକ, ସହକାରୀ ଯନ୍ତ୍ରୀ ଟନକିଶୋର ନାଏକ, ସିଡିପିଓ ଦାଉମିନ ବାରା, ଏପିଓ ସୁପ୍ରଭା ପୂଜାରୀ ପ୍ରମୁଖଙ୍କ ସହ ସରପଂଚ, ସମିତି ସଭ୍ୟ ଓ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.