oom

କଳାକାର ମହାସଂଘର ପଞ୍ଚାୟତ ସ୍ତରୀୟ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଚର୍ଦାପାଳି ପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ, ଗସ୍ତିଡିହି ଦେବଦର୍ହା ଠାରେ ପାଇକମାଳ ବ୍ଲକ କଳାକାର ମହାସଂଘ ତରଫରୁ ଚର୍ଦାପାଳି ପଞ୍ଚାୟତର କଳାକାରମାନଙ୍କୁ ନେଇ ପ୍ରେମ ସାଗର ଫୌଜଦାରଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମହାସଂଘର ସାଧାରଣ ସମ୍ପାଦକ ତଥା ବିକେଏସ୍ଏସ୍ ଉପ ସଭାପତି ଲଳିତ ଜଗତ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସରାଫ, ତ୍ରିଲୋଚନ ମେହେର, ଦୁଃଶାସନ କୁମ୍ଭାର, ସହଦେବ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଥିଲେ । ବୈଠକରେ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଦେ଼ଇ ସ୍‌ସ୍ୱାଗତ କରାଯାଇଥିଲା । ଆଖ ପାଖ ଅଂଚଳର ସମସ୍ତ କଳାକାର ମହାସଂଘର କାର୍ୟ୍ୟକଳାପ ଦେଖି ବହୁତ ସଂଖ୍ୟାରେ କଳାକାର ସାମିଲ୍ ହେଲେ ପରବର୍ତ୍ତୀ କାର୍ୟ୍ୟକ୍ରମ ନୃସିଂନାଥ ଠାରେ ସମସ୍ତ କଳାକାର ମାନଙ୍କୁ ନେଇ ସବୁ ପ୍ରକାରର ଲୋକକଳାର ମହୋତ୍ସବ ହେବ ବୋଲି ସଭାପତି ପ୍ରେମ ସାଗର ଫୌଜଦାର କହିଥିଲେ । କଳାକାରମାନଙ୍କ ଠାରୁ ଟଙ୍କାପଇସା ଠକି ନେଉଥିବା ଖଳ ପ୍ରକୃତି ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ମଧ୍ୟ ସତର୍କ କରାଇଥିଲେ । ସଭାରେ ମୋତିଲାଲ୍ ବାଲାମ୍, ମଣି ମହାନନ୍ଦ, ଡୋଳାମଣି ପଟେଲ, ସନ୍ତୋଷ ବରିହା, ଗୌନ୍ତିଆ ଶଙ୍କର ସାହୁ ଓ ସରପଞ୍ଚ ଗିରିଶ ଚନ୍ଦ୍ର ନାୟକ, କଂଗ୍ରେସ ଡନସନା ଏବଂ ପଞ୍ଚାୟତର ସମସ୍ତ କଳାକାର ଉପସ୍ଥିତ ଥିଲେ । ଶେଷରେ ନିଲେଶ୍ୱର୍ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.