ଦୁଷ୍କର୍ମ ଅଭିଯୁ‌କ୍ତକୁ କାବୁ କଲେ ଲୋକେ

ସମ୍ବଲପୁର : ବୁର୍ଲା ସ୍ଥିତ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଜଣେ ନାବାଳିବା ନିଜ ମାଁ ଓ ସାନ ଭାଇ ସହିତ ନିଜ ଆଇର ଚିକିତ୍ସା ପାଇଁ ଆସିଥିଲେ । ନାବାଳିକା ଜଣଙ୍କ ବାହାରେ ବସିଥିବା ବେଳେ ବୁର୍ଲାର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକାର ମାଁ ସେଠାରେ ଥିବା ଅନ୍ୟ ରୋଗୀର ସମ୍ପର୍କୀୟ ଏବଂ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ସହାୟତାରେ ଅଭିଯୁ‌କ୍ତ ଯୁବକକୁ କାବୁ କରି ମେଡିକାଲ ଫାଣ୍ଡିରେ ଏସଂପର୍କରେ ଅଭିଯୋଗ କରିଥିଲେ । ଏହାପରେ ମେଡିକାଲ ଫାଣ୍ଡି ଅଧିକାରୀ ଯୁବକକୁ ବୁର୍ଲା ଥାନାକୁ ଆଣି ଅଟକ ରଖିଥିବା ବେଳେ ନାବଳିକାର ମାଆ ବୁର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲ । ଘଟଣାରେ ସମ୍ପୃକ୍ତ ଯୁବକର ଡାକ୍ତରୀ ମାଇନା କରାଯିବ ବୋଲି ଜଣାପଡିଛି । ଏନେଇ ବୁର୍ଲା ପୋଲିସ ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.