oom

ବ୍ଲକ ସ୍ତରୀୟ “ମୋ ଚାଟଶାଳୀ” କାର୍ୟ୍ୟକ୍ରମର ଉଦଘାଟନୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଧରପଗଡ ଗ୍ରାମ ପଞ୍ଚାୟତ ପେଣ୍ଡ୍ରାମାଲ ଗ୍ରାମରେ ବଲାଙ୍ଗିର ଲୋକ ଉନ୍ନତି ସଂଗଠନ ତରଫରୁ ସଇଁନ୍ତଲା ବ୍ଲକ ସଂଯାେଜିକା ଗୀତାଂଜଳି କୁମ୍ଭାରଙ୍କ ନେତୃତ୍‌ତ୍ୱରେ ବ୍ଲକ ସ୍ତରୀୟ “ମୋ ଚାଟଶାଳୀ” କାର୍ୟ୍ୟକ୍ରମର ଉଦଘାଟନୀହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପେଣ୍ଡ୍ରାମାଲ ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଶ୍ବାଲ, ମୁଖ୍ୟ ବକ୍ତା କରମତଲା ପଞ୍ଚାୟତର ସମିତି ସଭ୍ୟ ସୁବାସ ବୁଡେକ, ସମ୍ମାନୀତ ଅତିଥି ପଞ୍ଚାୟତର ସରପଞ୍ଚ ଶ୍ରୀ ପାଣ୍ତେ, ଲୋକ ଉନ୍ନତି ସଂଗଠନର ଜିଲ୍ଲା ସଂଯୋଜକ ବିଶ୍ବନାଥ ବାଗ, ରୂପାଧର ପୁଟା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଗାଁର ଛାତ୍ରଛାତ୍ରୀ, ଅଭିଭାବକ, ଗାଁ କମିଟିର ସଦସ୍ୟ ସହ ଆଶା ଦିଦି, ସି.ଆର.ପି.ସି.ଏମ ସାବିତ୍ରୀ ଦିଦି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ଦେଓଗାଁ ବ୍ଲକ ସଂଯାେଜକ ରୂପାଧର ପୁଟା ପରିଚାଳନା କରିଥିଲେ । ଶେଷରେ ଗୀତାଂଜଳି ଧନ୍ୟବାଦ ଦେଇଥିଲେ । ବଂଶୀଧର ସୁନାନୀ, ଅହଲ୍ୟା ନାଗ, ପରିକ୍ଷିତ ମାଝି, ରୁକୁଣି କୁମ୍ଭାର, ଶଶିକାନ୍ତ କୁମ୍ଭାର, ମିଳନି ନାଗ, ସରିତା ମହାନନ୍ଦ, ନମିତା କୁମ୍ଭାର, ରସାନନ୍ଦ ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.