ସମ୍ବଲପୁର : ଭିସୁଟରୁ ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । କରୋନା ପଜିଟିଭ୍ ହୋଇଥିବା ସମସ୍ତ ରିପୋର୍ଟ ଭୁଲ୍ ଥିବା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ବିଶ୍ୱବିଦ୍ୟାଳୟରୁ କଣ୍ଟେନମେଣ୍ଟ ଜୋନ୍ ହଟାଯିବା ସହିତ ଛାତ୍ରାବାସ ମୁଖ୍ୟ ଫାଟକରେ ଲାଗିଥିବା ବାଉଁଶ ବ୍ୟାରିକେଡକୁ ଖୋଲା ଯାଇଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପୁନଃ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି ।