ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ମହାପ୍ରୟାଣ ଗାଡ଼ି ତୁରନ୍ତ ନିୟୋଜିତ କର : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ସୋମବାର ରାତିରେ ଜଣେ ଯୁବତୀ କ୍ଷୀର ପଟେଲଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଇକମାଲ ବ୍ଲକ ସରେଇକେଲା ଗାଁର ଏହି ପରିବାର ଶବକୁ ନେବା ପାଇଁ ହଟହଟ୍ଟା ହୋଇଥିଲେ କାରଣ ବରଗଡ଼ ଜିଲ୍ଲାରେ ଗୋଟିଏ ମାସରୁ ଅଧିକ ହେବ ମହାପ୍ରାୟଣ ଗାଡି ଅଚଳ ହୋଇ ପଡିରହିଛି । ଏହି ଘଟଣାକୁ ଗମ୍ଭୀରତା ସହ ନେବାକୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛି । ତୁରନ୍ତ ମହାପ୍ରୟାଣ ଗାଡି ଶବ ନେବା ପାଇଁ ବ୍ୟବସ୍ଥା କରିବାକୁ ଦାବୀ ଜଣାଇଛି । ଜିଲ୍ଲାର ଭୁଶୁଡି ପଡ଼ି ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଠିକ କରିବା ଓ ଜିଲ୍ଲାରେ ରକ୍ତ ବ୍ୟାପାର ଅଭିଯୋଗ ଉପରେ ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛି । ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଅସିତ ସାହୁ ଏବଂ ଛାତ୍ର ନେତା ପୋଲୁସ୍ତ୍ୟ ସାହା ବରଗଡ଼ ଡେପୁଟି କଲେକ୍ଟରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.