ହସ୍ତ ଶିଳ୍ପ ତାଲିମ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟଣପୁର ଗ୍ରାମରେ ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ ହସ୍ତ ଶିଳ୍ପ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ୫୦ ଜଣଙ୍କ ମଧ୍ୟରେ ତାଲିମ୍ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପରିବର୍ତ୍ତନ ଓଡିଶା ପରିବାରର ରାଜ୍ୟ ସଭାପତି ପ୍ରଦୀପ କୁମାର ନାୟକ ଯୋଗଦେଇ ଦୀପ ପ୍ର‌ଜ୍ୱଳନ କରିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ସାମଲ, ଆଡଭାଇଜର ପିତାମ୍ବର ଦାସ, ହରେକୃଷ୍ଣ ମହାରଣା, ସଂଗ୍ରାମ କିଶୋର ପଟନାୟକ, ସରସ୍ୱତୀ ଓଝା ଏବଂ ନାରୀ ଶକ୍ତିର ମୁଖ୍ୟ ପବିତ୍ରା ସାହୁ ଯୋଗଦେଇ ଥିଲେ । ମଞ୍ଚ ପରିଚଳନା କରିଥିଲେ ଗଜେନ୍ଦ୍ର ନାୟକ ଓ କ୍ରିଷ୍ଣା । ଏହି ଶିବିର ଟି ୧ ଦିନ ଧରି ଚାଲିଥିଲା । ରାଜ୍ୟରେ ସମସ୍ତ ଗ୍ରାମା ଅଞ୍ଚଳ ଏବଂ ସହର ଅଞ୍ଚଳରେ ଚାଲିବ ଏବଂ ନାରୀମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏହି ଭଳି କାର୍ଯ୍ୟକ୍ରମ ଚାଲିବ ବୋଲି ପ୍ରଦୀପ କୁମାର ନାୟକ କହିଛନ୍ତି ।

Leave A Reply

Your email address will not be published.