ପରିଣତ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ଗ୍ରାମ ପଞ୍ଚାୟତ ଧୁମାଭଟା ଗ୍ରାମ ଭାଗବତିଆ କଲାରୀ(୭୦ ବର୍ଷ), ନିତ୍ୟାନନ୍ଦ ନେଗୀ(୬୫ବର୍ଷ) ଓ ଭାଗବତିଆ ଡନସନା(୬ ବର୍ଷ) ପରିଣତ ବୟସରେ ମଧ୍ୟ ଆଜି ପର୍ୟ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସରକାର ଗରିବ ଅସହାୟ ଲୋକ ମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଦୌଡି ଦୌଡି ଆବେଦନ କଲେ ମଧ୍ୟ କିଛି ଫଳ ହେଉନାହିଁ । ଉଲ୍ଲିଖିତ ବୃଦ୍ଧ ବ୍ୟକ୍ତି ମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଅଟନ୍ତି । ମାତ୍ର ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତା ଦେବାରେ ଅଫିସର ବାବୁ ମାନଙ୍କର ଆନ୍ତରିକତାର ଅଭାବ ଦେଖା ଯାଉଛି । ଏଣୁ ଉଲ୍ଲିଖିତ ବୃଦ୍ଧ ବ୍ୟକ୍ତି ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣରେ ପ୍ରଶାସନ ନିକଟରେ ଦାବୀ ହୁଏ ।

Leave A Reply

Your email address will not be published.