ଚାଷୀଙ୍କୁ ମିଳୁନି ପାଣି : ଉଠା ଜଳସେଚନ ପ୍ରକଳ୍ପ କାହା ‌ସ୍ୱାର୍ଥରେ ?

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି । ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି । ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡର ଅନେକ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ଆଉ କେଉଁଠି ଆଦୌ ବ୍ୟବହାର ନ କରିବି ଚାଷୀଙ୍କୁ ହଜାର ହଜାର ଟଙ୍କାର ବିଜୁଳି ବିଲ ଆସୁଛି । ଅନେକ ପ୍ରକଳ୍ପ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତର ଜୁନାଗାଁରେ ୨୦୧୮ ମସିହାରେ ୧୧ଲକ୍ଷ ୬୦ ହଜାର ୯୩୪ ଟଙ୍କା ବ୍ୟୟ ଅଟକଳରେ ଏକ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । କିନ୍ତୁ ନିର୍ମାଣର ଦୁଇ ବର୍ଷ ପରେ ମଧ୍ୟ ଚାଷୀଙ୍କୁ ପାଣି ମିଳିନଥିବା ଅଭିଯୋଗ ହେଉଛି । ମାଁ ଗାୟତ୍ରୀ ପାଣି ପଂଚାୟତ ଗଠନ ହୋଇଛି । ଏନେଇ ଉକ୍ତ ଖବର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ପହଂଚି ତରବରିଆ ଭାବେ ମେସିନ ମରାମତି କରିବା ସହିତ ପ୍ରକଳ୍ପ ଫଳକରେ ପୂର୍ବରୁ ଲେଖାଯାଇନଥିବା କାର୍ୟ୍ୟଶେଷ ତାରିଖ ଟି ଲେଖିଥିବା ଦେଖିବାକୁ ମିଳିଛି ଏବଂ କିଛି ଚାଷୀଙ୍କୁ ଡାକି ଦଶ ମିନିଟ ପାଇଁ ମେସିନ ଚାଲୁ କରି ଫୋଟ ଉଠାଇ ଦୋଷ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଘଟଣା ସ୍ଥଳରେ ପହଂଚି ଚାଷୀଙ୍କୁ ଭେଟି ସ୍ଥିତି ପରଖିଥିଲେ, ବାସ୍ତବରେ ଦୁଇ ବର୍ଷ ଭିତରେ ଚାଷୀଙ୍କ ଜମିକୁ ଆଦୌ ପାଣି ମାଡିନଥିବା ଜାଣିବାକୁ ପାଇଥିଲେ । ଚାଷୀଙ୍କ ଅଭିଯୋଗ ପ୍ରକାରେ ଯେଉଁ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରାଯାଇଛି ସେଠାରେ ପାଣି ହିଁ ନାହିଁ ବିଭାଗୀୟ ଅଧିକାରୀ ମନମାନି କରି ଭୁଲ ସ୍ଥାନରେ ପ୍ରକଳ୍ପ ନିର୍ମାଣକରିଥିବାରୁ ଚାଷୀଙ୍କ ଜମିକୁ କେବେବି ପାଣି ମାଡ଼ିବ ନାହିଁ କ୍ଷ ଜ଼ିଲ୍ଲା ପ୍ରଶାସନ ବାସ୍ତବ କଥା ଜାଣନ୍ତୁ ଏବଂ ଘଟଣା ସ୍ଥଳରେ ପହଂଚି ସରଜମିନ ତଦନ୍ତ କରନ୍ତୁ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ପୂର୍ବତନ ବାଲିଗୁଡା ବ୍ଲକ ଅଧକ୍ଷ ରବିଚନ୍ଦ୍ର ପାଳ କହିଛନ୍ତି । ଏହି ପ୍ରକଳ୍ପ ଟି ନଷ୍ଟ ହେବ ସିନା ଚାଷୀକେବେ ବି ଉପକୃତ ହେବେନାହିଁ । ଚାଷୀଙ୍କ ହିତ ଦୃଷ୍ଟିରୁ ଉକ୍ତ ପ୍ରକଳ୍ପ ଟି କ୍ରାସିଡ୍ରାଘାକୁ ଘୁଞ୍ଚାଗଲେ ଜମିକୁ ପାଣି ମାଡ଼ିବ ବୋଲି ଚାଷୀ ନରସିଂହ ମଳିକ, ବାଳକୃଷ୍ଣ ରଣା, ସୁରେନ୍ଦ୍ର ରଣା, ବଂଶୀଧର ଦଣ୍ଡିଆ ପ୍ରମୁଖ କହିଛନ୍ତି । ତୁରନ୍ତ ଚାଷୀର ସମସ୍ୟାର ସମାଧାନ କରିବା ସହିତ ଦୋଷ ଲୁଚାଉଥିବା ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଜ଼ିଲ୍ଲାପାଳ ଶୃଙ୍ଖଳାଗତ କାର୍ୟାନୁଷ୍ଠାନ ନେବାକୁ ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୂପ ଜେନା ଓ ବରିଷ୍ଠ ଭାଜପା ନେତା କମଳା କାନ୍ତ ପାଣ୍ଡେ ପ୍ରମୁଖ ଦାବୀ କରିଛନ୍ତି । ସାଧାରଣରେ ଆଲୋଚନା ହେଉଛି ଯେ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଏସିକାରରେ ନ ବୁଲି, ମଦ ମାଂସ ତ୍ୟାଗ କରି ଲୋକଙ୍କ ହିତ ସାଧନ କଲେ ଲୋକେ ଉପକୃତ ହେବେ । ନହେଲେ ସରକାର କା ମାଲ୍ ଦରିଆ ମେ ଡାଲ୍ ଭଳି ଶେଷରେ ଭିଜିଲାନ୍ସ ବିଭାଗର ତଦନ୍ତର ସମୁଖୀନ ହେବେ ।

Leave A Reply

Your email address will not be published.