ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ‘ବଡ଼ାଖାନା କାର୍ଯ୍ୟକ୍ରମ’ ଆୟୋଜିତ

ରାଉରକେଲା : ଗତକାଲି ସ୍ଥାନୀୟ ଲେବର ଟେନାମେଣ୍ଟ କଲ୍ୟାଣ ମଣ୍ଡପଠାରେ ରାଉରକେଲା ମହାନଗର ନିଗମ ପକ୍ଷର ସଫେଇ କର୍ମଚାରୀଙ୍କ ପାଇଁ ‘ବଡ଼ାଖାନା କାର୍ୟ୍ୟକ୍ରମ’ ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ସଫେଇ କର୍ମଚାରୀଙ୍କ ବିନା ସହରର ସ୍ୱଚ୍ଛତା ସମ୍ଭବ ନୁହଁ । ରାଉରକେଲାକୁ ସ୍ଵଛ ସୁନ୍ଦର ରଖିବା ଲାଗି ସଫେଇ କର୍ମଚାରୀଙ୍କ ଅନବରତ ପରିଶ୍ରମ ପ୍ରଶଂସନୀୟ । କୋଭିଡ ମହାମାରୀର ଭୟାବହତା ମଧ୍ୟରେ ବି ସଫେଇ କର୍ମଚାରୀମାନେ ସାମ୍ନାରେ ରହି ସହରର ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ କାର୍ୟ୍ୟ କରିଛନ୍ତି। । ତେଣୁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ‘ବଡ଼ାଖାନା’ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ଅଧିକ ପାରଦର୍ଶୀ କରିବା ଲାଗି ତାଲିମ ଦିଆଯିବା ସହ ଅଧିକ କୁଶଳତାର ସହ କାର୍ୟ୍ୟ କରିବାକୁ ଉତ୍ସାହିତ କରାଯାଇଥିଲା । ସଫେଇ କାର୍ୟ୍ୟରେ ଉନ୍ନତ ପ୍ରଦର୍ଶନ କରିଥିବା ୧୨ ଜଣ ସଫେଇ କର୍ମଚାରୀ ତଥା ସାଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply

Your email address will not be published.