oom

ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ଯୁବନେତା ଶ୍ରୀକାନ୍ତ ମିଶ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ପକ୍ଷରୁ ବରଗଡ ଜିଲ୍ଲା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଶ୍ରୀ ମିଶ୍ର ମନୋନୀତ ହୋଇଥିବା କୁହାଯାଇଛି । ଶ୍ରୀ ମିଶ୍ର କୃଷକ ଭାଇମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ସରକାରଙ୍କ ଠାରେ ଉପସ୍ଥାପନା କରିବା ସହିତ କୃଷକ ମାନଙ୍କ ଦୁଃଖ ସୁଖର ସାଥୀ ହୋଇ ତାଙ୍କ ହକ୍‌ ପାଇଁ ଯତ୍ନଶୀଳ ହେବା ସହ ସରକାରଙ୍କ ଠାରେ ଲଢ଼େଇ କରିବାକୁ ସଙ୍କଳ୍ପ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀକାନ୍ତ ମିଶ୍ର ବିଜେପୁର ବ୍ଳକ ଅନ୍ତର୍ଗତ ପଥର୍ଲା ଗ୍ରାମରେ ଜନ୍ମ ଗ୍ରହଣ କରିଛ‌ନ୍ତି । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପଦବୀ ଘୋଷଣା ହେବା ପରେ ବରଗଡ ଜିଲ୍ଲା ଅଞ୍ଚଳରେ ଆନନ୍ଦ ଓ ଉଲ୍ଲାସ ଲହରୀ ଖେଳି ଯାଇଛି । ଏହି ପରିପ୍ରେକ୍ଷୀ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କ ଆଗାମୀ କାର୍ଯ୍ୟଦକ୍ଷତା ଉପରେ ବିଶେଷ ଆଶା ପ୍ରକାଶ କରିଛ‌ନ୍ତି ।

jittmm
Leave A Reply

Your email address will not be published.