ଦେଓଗାଁରେ ଭାରତ ବନ୍ଦର ଆଂଶିକ ପ୍ରଭାବ : ସକାଳେ ବନ୍ଦ, ସନ୍ଧ୍ୟାରେ ଖୋଲିଲା ଦୋକାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଆଜି ଭାରତ ବନ୍ଦର ଆଂଶିକ ପ୍ରଭାବ ପଡିଛି । ଜିଏସଟି ସମସ୍ୟାକୁ ନେଇ ଆଜି ସମଗ୍ର ଭାରତର ବ୍ୟବସାୟ ସଂଘର ବାର୍ତ୍ତାକୁ ସମର୍ଥନ ଦେଇ ବନ୍ଦ ପାଳନ କରିଛନ୍ତି । ଜିଏସଟି ଜଟିଳତା ପାଇଁ ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଶୋଷଣ ହେଉଥିବାରୁ ବ୍ୟବସାୟ କରିବା କାଠିକର ହୋଇଗଲାଣି ବୋଲି ବ୍ୟବସାୟୀମାନେ କହୁଛନ୍ତି । ସକାଳ ସମୟରେ କେବଳ ଜରୁରୀକାଳୀନ ଦୋକାନଗୁଡ଼ିକ ଖୋଲା ହୋଇଥିବା ବେଳେ ହେଲେ ସନ୍ଧ୍ୟା ସମୟରେ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.