ପେଣ୍ଟିଂ ଏବଂ ହସ୍ତ କଳାରେ ପାରଙ୍ଗମ ସୃଷ୍ଟିଲେଖା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପହଣ୍ଡି ଗ୍ରାମର ସୃଷ୍ଟିଲେଖା ପୁରୋହିତ ହସ୍ତକଳାରେ ତାଙ୍କର ପାରଦର୍ଶିତା ପ୍ରତିପାଦନ କରିବା କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଚମତ୍‌କାର ହସ୍ତ କଳାରେ ନିପୁଣା ସୃଷ୍ଟିଲେଖା ପିଲା ଦିନରୁ ହସ୍ତ ଶିଳ୍ପ ପ୍ରତି ବେଶ୍‌ ଆଗ୍ରହୀ ଥିଲେ । ତାଙ୍କର ସୁନ୍ଦର କଳାର ଯାଦୁଗରୀ ଯୋଗୁଁ ସେ ଆଖପାଖ ଅଂଚଳରେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି । ସେ ପେଣ୍ଟିଂ କଳାରେ ଯେଭଳି ସିଦ୍ଧହସ୍ତା, ସେଭଳି ୱେଷ୍ଟ ମେଟେରିଆଲ୍‌ରେ ସୁଦୃଶ୍ୟ ହସ୍ତ ଶିଳ୍ପ ପ୍ରସ୍ତୁତରେ ନିପୁଣା ।

କ୍ରାପ୍ଟ ଜଗତରେ ମଧ୍ୟ ତାଙ୍କ ଅନ୍ତର୍ନିହିତ କଳାର ଚମକ୍ରାରିତା ପ୍ରସ୍ଫୁଟିତ ହୋଇପାରିଛି । ଥର୍ମୋକୁଲ, ପେପର୍‌ ଚୁମ୍‌କି, ପୋଷ୍ଟର୍‌ କଲର୍‌ ତଥା ଆକ୍ରାଇଲିକ୍‌ କଲର୍‌ ଆଦିରେ ନିଜର ପ୍ରତିଭାକୁ ଉଜ୍ଜୀବିତ କରି ପାରିଛନ୍ତି ସୃଷ୍ଟିଲେଖା । ଫର୍ମାସୀରେ ଅଧ୍ୟୟନ କରୁଥିବା ସୃଷ୍ଟିଲେଖାଙ୍କ ବାପା ହେଉଛନ୍ତି ସରୋଜ କୁମାର ପୁରୋହିତ ଏବଂ ମା’ ହେଉଛନ୍ତି ଶୈବାଳିନୀ ପୁରୋହିତ । ତେବେ ସୃଷ୍ଟିଲେଖାଙ୍କ କଳାର ବିକାଶ ପାଇଁ ଉଭୟ ମା’ବାପା ଏବଂ ପରିବାରବର୍ଗ ବିଶେଷ ଉତ୍ସାହ ଓ ସହଯୋଗ ପ୍ରଦାନ କରନ୍ତି ବୋଲି ସୃଷ୍ଟିଲେଖା କୁହନ୍ତି ।

Leave A Reply

Your email address will not be published.