csstore

ଶବକୁ ମିଳିଲାନି ଚାରି କାନ୍ଧ : ଏକାକି ବୋହି ସତ୍କାର କଲା ପୁଅ

କୁସଂସ୍କାର ନାମରେ ସମାଜରୁ ହଜିି ଗଲାଣି ମାନବିକତା

ବୌଦ୍ଧ, (ବଂଶୀଧର ମାଝୀ) : ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ । ଶେଷରେ ମାଆର ଶବକୁ ଏକାକି ବୋହି ନେଇ ସତ୍କାର କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତରେ ଘଟିଛି । ଗୁଣୁଚିତରା ଗାଁର ପ୍ରଶନ୍ନ ପୁଟା ନିଜ ବାପା, ମାଆ ଓ ସ୍ତ୍ରୀ ପିଲାଛୁଆଙ୍କ ସହିତ ରହୁଥିଲେ । କୌଣସି କାରଣକୁ ନେଇ ତାଙ୍କର ଜାତି ସମାଜ ସେମାନଙ୍କ ପରିବାରକୁ ବାସନ୍ଦ କରିଥିଲେ । ୩ ମାସ ପୂର୍ବରୁ ତାଙ୍କ ବାପା ଶ୍ରୀଧର ପୁଟା(୬୦)ଙ୍କ ମୃତ୍ୟୁ ହୋଇଥିଲେ ହେ ଜାତିଭାଇ ସତ୍କାର କରି ନଥିଲେ । ସ୍ବାମୀଙ୍କ ଦେହାନ୍ତ ପରେ ମାନସିକ ସ୍ତରରେ ଅଧିକ ଚିନ୍ତିତ ହୋଇ ପଡିଥିଲେ ସ୍ତ୍ରୀ ପଦୁକେଶି(୫୫) । ତେବେ ବୁଧବାର ରାତିରେ ପଦୁକେଶିଙ୍କ ମୃତ୍ୟୁ ହୋଇଥିଲା । ପ୍ରଶନ୍ନଙ୍କ ପରିବାରକୁ ଲୋକମାନେ ବାସନ୍ଦ କରିଥିବାରୁ ଜାତିଭାଇ କି ଗାଁ ଲୋକ କାନ୍ଧରେ ନେବାକୁ ବାହାରି ନଥିଲେ । ଗୁରୁବାର ସକାଳୁ ପ୍ରଶନ୍ନ ବାଧ୍ୟ ହୋଇ ନିଜ ମାଆର ଶବକୁ ଏକାକି ମଶାଣିକୁ ନେଉଥିବା ଖବରପାଇ ପୂର୍ବତନ ସରପଞ୍ଚ ତେଜରାଜ ସାହୁ ପହଞ୍ଚି ସାଇକଲ ମାଧ୍ୟମରେ ନେବାକୁ ପରାମର୍ଶ ଦେଇ ନିଜେ ଶ୍ବସାନକୁ ଆସି ଜୁଇ ପ୍ରସ୍ତୁତ କରିବା ସହିତ ଶବ ପୋଡିବାରେ ସହଯୋଗ କରିଥିଲେ । କୁସଂସ୍କାର ନାମରେ ସମାଜରୁ ମାନବିକତା ଧିରେଧିରେ ହଜି ଯାଉଥିବା ବେଳେ ଶ୍ରୀସାହୁଙ୍କ ଏପରି ମାନବିୟତା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି ।

jayashree
Leave A Reply

Your email address will not be published.