ଘୁଡ଼ଖାପଲା ସରପଞ୍ଚଙ୍କ ଦେହାନ୍ତ ପରେ ପଞ୍ଚାୟତ କାମ ଠପ : ନାଏବ ସରପଞ୍ଚଙ୍କୁ ଦିଆଯାଉନାହିଁ କାମ କରିବାର ସୁଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ସରପଞ୍ଚଙ୍କ ଦେହାନ୍ତ କିମ୍ବା ଲମ୍ବା ଅନୁପସ୍ଥିତ ପରେ ନାଏବ ସରପଞ୍ଚ କାମ ଚଳାଇବାର ନିୟମ ଅଛି । କିନ୍ତୁ ସରପଞ୍ଚଙ୍କ ଦେହାନ୍ତ ପରେ ନାଏବ ସରପଞ୍ଚଙ୍କ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ଆର୍ଥିକ କ୍ଷମତା ଦିଆଯାଇ ନ ଥିବାରୁ ଅନେକ ବିକାଶ କାମ ଠପ ହୋଇଥିବା ଜଣାପଡ଼ିଛି ଦେଓଗାଁ ବ୍ଳକ ଅନ୍ତର୍ଗତ ଘୁଡ଼ଖାପଲା ପଞ୍ଚାୟତରେ । ଦେଓଗାଁ ବ୍ଳକ ଘୁଡ଼ଖାପଲା ପଞ୍ଚାୟତର ସରପଞ୍ଚ ଯୁଗେଶ୍ବର ଦୀପଙ୍କ ଗତ ଜାନୁୟାରୀ ୫ ତାରିଖ ଦିନ ଅକାଳ ବିୟୋଗ ଘଟିଥିଲା । ଏକ ଶୋକାକୁଳ ପରିବେଶରେ ୬ ତାରିଖରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ହେଲେ ପଞ୍ଚାୟତ ପରିଚାଳନାରେ ବର୍ତ୍ତମାନ ଅସୁବିଧା ଦେଖାଯାଉଛି । ନିୟମ ମୁତାବକ ନାଏବ ସରପଞ୍ଚ ପ୍ରିତି ବିଶ୍ବାଲଙ୍କୁ କାମ ଚଲା ସରପଞ୍ଚ ଭାବେ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ପଞ୍ଚାୟତ ବୈଠକରେ ତାଙ୍କୁ ଆର୍ଥିକ କ୍ଷମତା ହସ୍ତାନ୍ତର କରିବା ପାଇଁ କୁ‌ଆଡ଼େ ୱାର୍ଡ ସଭ୍ୟମାନେ ସମ୍ମତି ପ୍ରକାଶ କରୁ ନାହାନ୍ତି । ଯାହା ଫଳରେ ବ୍ୟାଙ୍କରେ ଅର୍ଥ କାରବାର ହୋଇପାରୁ ନାହିଁ । ଏହା ଦ୍ବାରା ପଞ୍ଚାୟତର ବିକାଶ କାମରେ ବାଧା ସୃ‌ଷ୍ଟି ହେଉଛି । ଏ ସଂକ୍ରାନ୍‌ନ୍ତରେ କାର୍ୟ୍ୟନିର୍ବାହୀ ଅଧିକାରୀ ଲିଙ୍ଗରାଜ ସୁନାଙ୍କୁ ପଚାରିବାରୁ ପିଡିଏସ ଚାଉଲ ଓ ଭତ୍ତା ସଂକ୍ରାନ୍ତିୟ ଅସୁବିଧା ହେଉନାହିଁ । ଏପରି କି ନରେଗା ଯୋଜନାରେ ମଧ୍ୟ ବିଶେଷ ଅସୁବିଧା ହେଉ ନାହିଁ କିନ୍ତୁ ବ୍ୟାଙ୍କରୁ ସରପଞ୍ଚଙ୍କ ସହ ଯୁଗ୍ମପାସ ବହିରେ ଥିବା ଅର୍ଥ ବ୍ୟବହାର କରାଯାଇ ପାରୁ ନାହିଁ । ଏଣୁ ପଞ୍ଚାୟତ ପରିଚାଳନା ସହ ବିକାଶ କାମ କିପରି ସୁଚାରୁ ରୂପେ ହାଇ ପାରିବ ସେଥିପ୍ରତି ଗୁରୁ‌ତ୍ୱ ଦେବାକୁ ଘୁଡ଼ଖାପଲା ପଞ୍ଚାୟତବାସୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.