
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ନଗରୀ ସ୍ଥିତ ଫୁଲଝର ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ସମ୍ଭାର ରବିବାର ଉଦଯାପିତ ହୋଇଯାଇଛି । ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟନାରାୟଣ ଦାସ ଉଦଯାପାନୀ ଦିବସରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଶିଶୁ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିଥିଲ । ବିଦ୍ୟାର୍ଥୀମାନେ ଶୃଙ୍ଖଳିତ ଜୀବନ ଯାପନ ତଥା ନିଜ ଜୀବନରେ ଗୋଟିଏ ଆଦର୍ଶ ଖେଳାଳୀ ହେବା ନିମନ୍ତେ ଉତ୍ସାହିତ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସଂପାଦକ ଅକ୍ଷୟ କୁମାର ସାହୁ ଉପସ୍ଥିତ ଅତଥିମାନଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଶାରିରୀକ ଆଚାର୍ଯ୍ୟ ପବିତ୍ର ତରେଇ କ୍ରୀଡାର ବୃତ୍ତ କଥନ କରିଥିଲେ । ଉଦ୍ଘାଟନ ସଭାରେ ବିଦ୍ୟାଳୟର ଏହି କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସହ ସଂପାଦକ ବଳରାମ ଜାନି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ୪ର୍ଥ ଶ୍ରେଣୀର ସୁଧାଂଶୁ ଶେଖର ସାହୁ, ୬ଷ୍ଠର ଶ୍ରଦ୍ଧାଞ୍ଜଳି ଷଢଙ୍ଗୀ, ୮ମ ଶ୍ରେଣୀର ଅର୍ଚ୍ଚିତା ପଟ୍ଟନାୟକ, ପ୍ରୟାସ ଜେନା, ଓମ ସାଇ ଦାଶ, ଜୟଶ୍ରୀ ବାରିକ, ୧୦ମର ସୁଭାଶିଷ ପରିଡ଼ା ଅର୍ପିତା ପଟ୍ଟନାୟକ, ଶାନ୍ତନୁ ସାହୁ, ଅଙ୍କିତା ଗୌଡ଼ ଚାମ୍ପିୟନ ହୋଇଥିଲେ । କୃତ୍ତିପ୍ରତିଯୋଗୀ ଶିଶୁମାନେ ଆସନ୍ତା ତା ୧୩ ତାରିଖରେ ବେଗୁନିଆପଡ଼ା ଠାରେ ଅନଷ୍ଠିତ ସଙ୍କୁଳସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି କୁହାଯାଇଛି ।