
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ଟାଉନ୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ପ୍ରଥମ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ସମସ୍ତଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ରାଜେଶ କୁମାର ଖମାରୀ, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ପ୍ରେମାନନ୍ଦ ବେହେରାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟସୂଚୀରେ ଥିବା ସମସ୍ତ ବିଷୟ ଆଲୋଚନା ହୋଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକୁ ମାନସ କୁମାର ଶତପଥି ବୁଝାଇଥିଲେ ।ଶେଷରେ ସମସ୍ତ ପ୍ରଧାନ ଶିକ୍ଷକ ଆୟୋଜକ ବିଦ୍ୟାଳୟର ସ୍ମାର୍ଟ କ୍ଳାସ, ଇ- ଲାଇବ୍ରେରୀ, ବିଜ୍ଞାନାଗାର ଆଦି ପରିଦର୍ଶନ କରି ନିଜ ନିଜ ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ଟାଉନ୍ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ ସଫଳ ହୋଇଥିଲା । ଶେଷରେ ପ୍ରଧାନଶିକ୍ଷକ କ୍ଷୀରସିନ୍ଧୁ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ମାସର ବୈଠକ ବାଞ୍ଜେନମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କରିବା ପାଇଁ ସଭାରେ ସ୍ଥିର କରାଯାଇଥିଲା ।